Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ମାମଲା; ବିସ୍ତୃତ ସୂଚନା ଦେଲେ ଡିସିପି

21/10/2022 at 7:17 PM

ଭୁବନେଶ୍ୱର ୨୧/୧୦: ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ ମାମଲା। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀ କରି ଏନେଇ ସବିଶେଷ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଏତଲା ଆଧାରେ ଜଗବନ୍ଧୁଙ୍କୁ କରାଯାଇଛି ଗିରଫ। ଜଗବନ୍ଧୁଙ୍କ ଘରୁ ୪ଟି ମୋବାଇଲ୍‌, ଲ୍ୟାପଟପ୍‌, ଡାଏରି ଜବତ ହୋଇଛି। ଏହାଛଡ଼ା କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ଜବତ କରାଯାଇଛି। ଜଗବନ୍ଧୁର ବ୍ୟାଙ୍କ କାରବାର ନେଇ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ରୁ ହିସାବ କିତାବ ପୋଲିସ ହାତରେ ଲାଗିଛି। ଆବଶ୍ୟକ ହେଲେ ଜଗବନ୍ଧୁଙ୍କୁ ମଧ୍ୟ ରିମାଣ୍ଡରେ ନିଆଯିବ ବୋଲି ଡିସିପି କହିଛନ୍ତି। ଏହି ମାମଲା ସହିତ ଯାହାର ସମ୍ପୃକ୍ତି ଅଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ ସିଂହ କହିଛନ୍ତି।  

   Related Posts