ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଅର୍ଚ୍ଚନା ନାଗ୍‌ ଗିରଫ ଘଟଣା : ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

5/11/2022 at 3:13 PM

ଭୁବନେଶ୍ୱର ୦୫/୧୧ : ଲେଡି ବ୍ଲାକ ମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟକୁ ସଂରକ୍ଷିତ ରଖିଛନ୍ତି ଏସଡିଜେଏମ୍‌ କୋର୍ଟ। ଅର୍ଚ୍ଚନାଙ୍କ ନାମରେ ନୟାପଲ୍ଲୀ ଥାନାରେ ହୋଇଥିବା ମାମଲାରେ ଜାମିନ ଆବଦନର ଚାଲିଥିଲା ଶୁଣାଣି ।

ସୂଚନା ଥାଉକି, ଭୁବନେଶ୍ଵର ଏସଡିଜେଏମ କୋର୍ଟରେ ହୋଇଥିଲା ଅର୍ଚ୍ଚନାଙ୍କ ଜାମିନ ସମ୍ପର୍କିତ ଶୁଣାଣୀ । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ମାମଲାରେ ଗତ ୨୬ ତାରିଖରେ ଶୁଣାଣି କରିଥିଲେ କୋର୍ଟ । ପୁନଃ ଶୁଣାଣି ପାଇଁ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କ ଜାମିନ ଖାରଜ କରିଥିଲେ କୋର୍ଟ।

ସେପଟେ ମାମଲାରେ ତଦନ୍ତ ଆରମ୍ଭ କରିଛ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନା ତାଙ୍କ ସ୍ବାମୀ ଜଗବନ୍ଧୁ, ସହଯୋଗୀ ଖଗେଶ୍ବର ଅଭିଯୋଗ କରିଥିବା ଯୁବତୀ ଏବଂ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ନୋଟିସ୍ ଜାରି କରିବ ED । ସେହିଭଳି ଜେଲରେ ଥିବା ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଇପାରେ ED । EDର ଏଣ୍ଟ୍ରି ପରେ ଲିଙ୍କ୍‌ରେ ଥିବା ବଡ଼ବଡ଼ିଆଙ୍କ ଭିତରେ ପଶିଛି ଛନକା । ଅର୍ଚ୍ଚନାକୁ ଅର୍ଥ ଦେଣନେଣ ନେଇ ED ହାତରେ ପ୍ରମାଣ ଲାଗିଲେ ଆଇନ୍‌ର କାଠଗଡ଼ାକୁ ଟଣା ହୋଇପାରନ୍ତି ଏକାଧିକ ପ୍ରତିପତିଶାଳୀ ।

   Related Posts