ଅର୍ଚ୍ଚନା ନାଗ ଗିରଫ ମାମଲା, ଦ୍ୱିତୀୟ ଡିଜିଟାଲ ପ୍ରମାଣ ସଂଗ୍ରହ କଲା ପୋଲିସ
26/12/2022 at 2:28 PM

ଭୁବନେଶ୍ୱର ୨୬/୧୨: ଅର୍ଚ୍ଚନା ନାଗ ବ୍ଲାକମେଲ୍ ମାମଲା। ଫରେନସିକ୍ ଲାବରୁ ଦ୍ବିତୀୟ ଡିଜିଟାଲ ଏଭିଡେନ୍ସ ସଂଗ୍ରହ କଲା ଖଣ୍ଡଗିରି ଥାନା ପୋଲିସ । ଏଥିରେ ମୋବାଇଲ, ହାର୍ଡ ଡିସ୍କ ଓ ପେନଡ୍ରାଇଭର ତଥ୍ୟ ରହିଥିବା ସୂଚନା ମିଳିଛି।
ଏପଟେ ଆଜି ସରୁଛି ଜଗବନ୍ଧୁ ଚାନ୍ଦଙ୍କ ରିମାଣ୍ଡ ଅବଧି। ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ସ୍ବାମୀ ଜଗବନ୍ଧୁଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିଛି ଇଡି। ରିମାଣ୍ଡ ସମୟରେ ଜଗବନ୍ଧୁଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବା ସହ ଅନେକ ତଥ୍ୟ କିଛି ହାସଲ କରିଛନ୍ତି ଇଡି ଅଧିକାରୀ ।
ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ଓ ଜଗବନ୍ଧୁଙ୍କର କାହା କାହା ସହ ଏବଂ କେମିତି ଆର୍ଥିକ କାରବାର ଚାଲିଥିଲା। ସେନେଇ ଖୋଳତାଡ କରୁଛି ଇଡି। ରିମାଣ୍ଡ ଅବଧି ପରେ ମଙ୍ଗଳବାର ଜଗବନ୍ଧୁଙ୍କୁ କୋର୍ଟରେ ହାଜର କରାଯିବ। ଅର୍ଚ୍ଚନା ନାଗ ବ୍ଲାକମେଲ୍ ମାମଲାରେ ଆସନ୍ତା ୩୧ ତାରିଖରେ ପ୍ରାୟ ୧୫୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିବ ପୋଲିସ।