ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ପ୍ରମୋଦ ସ୍ୱାଇଁ

Published By : Prameya-News7 Bureau | January 03, 2023 IST

ଭୁବନେଶ୍ୱର ୦୩।୦୧ : ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ବିଭିନ୍ନ ପ୍ରସଙ୍ଗ ନେଇ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୨୦୧୭ ମସିହାରେ ଅର୍ଚ୍ଚନାଙ୍କୁ ଘରଭଡ଼ା ଦେଇଥିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ପରେ ଅର୍ଚ୍ଚନାଙ୍କୁ ଘର ଖାଲି କରିବାକୁ କହିଥିଲେ ପ୍ରମୋଦ । ହେଲେ ଘର ଖାଲି କରିବା ପରିବର୍ତ୍ତେ  ପ୍ରଥମେ ପ୍ରମୋଦଙ୍କୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ଏନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଆଉ ଏବେ ଏହି ମାମଲାରେ ଜେରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ଗିରଫ ହେବା ପରେ ଆର୍ଥିକ କାରବାର ନେଇ ଛାନ୍‌ଭିନ୍‌ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶା|ଳୟ । ଧୀରେ ଧୀରେ ଅର୍ଚ୍ଚନା ନାଗ ସହିତ ଜଡିତ ଥିବା ସମସ୍ତ ଲୋକଙ୍କୁ ଡାକି ଜେରା କରୁଛି ଇଡି । ଆଉ ଏବେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ଏହିକ୍ରମରେ ମଙ୍ଗଳବାର ଇଡିରେ ହାଜର ହୋଇଛନ୍ତି ପ୍ରମୋଦ ସ୍ୱାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.