Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଝାରପଡା ଜେଲ୍‌ରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ୍, କଏଦୀଙ୍କ ସହ ମିଶି କଲେ ସ୍ୱାମୀଙ୍କ ଦୀର୍ଘାୟୁ କାମନା

19/05/2023 at 12:33 PM

ଭୁବନେଶ୍ୱର ୧୯/୦୫: ଝାରପଡା ଜେଲ ପରିସରରେ ପାଳନ ହେଲା ସାବିତ୍ରୀ ବ୍ରତ । ୨୩ ଜଣ ମହିଳା ଅନ୍ତେବାସୀ ପାଳନ କଲେ ସାବିତ୍ରୀ ବ୍ରତ । ଜେଲ ପକ୍ଷରୁ ସେମାନଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ନୂଆ ଶାଢ଼ୀ ,ଭୋଗ,ଫଳ, ସଙ୍ଖା,ସିନ୍ଦୁର ଇତ୍ୟାଦି ପ୍ରଦାନ କରାଯାଇଥିଲା ।

ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜେଲ ବିଭାଗ ଏମିତି ପଦକ୍ଷେପ ନେଇଛି । ତେବେ ଏହାରି ଭିତରେ ବ୍ରତ ପାଳିଛନ୍ତି ସଜ୍ଜା କାଟୁଥିବା ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ୍ । ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ଜେଲ୍‌ରେ ରହି ପୂଜା କରିଛନ୍ତି । ପୂର୍ବରୁ ଅର୍ଚ୍ଚନା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ପୂଜା ପରେ ସେ ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ।

ଝାରପଡା ଜେଲ୍‌ରେ ବିଚାରଧୀନ ଓ ସଜା କାଟୁଥିବା ମହିଳା କଏଦୀମାନଙ୍କ ସହ ପାଳିଛନ୍ତି ସାବିତ୍ରୀ । ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ଅନୁସାରେ ଝାରପଡା ଜେଲ୍‌ର ସମସ୍ତ କଏଦୀ ପାଳିଛନ୍ତି ମହିଳା । ଶୁକ୍ରବାର ପୂର୍ବାହ୍ଣରେ ଜେଲ୍ କ୍ୟାମ୍ପସ୍‌ରେ ଥିବା ହନୁମାନ ମନ୍ଦିରେ ସାମୁହିକ ସାବିତ୍ରୀ ବ୍ରତ ପାଳନ ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ଲୋକଙ୍କୁ ପାଇଁ ବାରଣ ମଧ୍ୟ ଅଛି । ଏହି ୨୩ ମହିଳାଙ୍କ ଭିତରେ ବହୁ ଚର୍ଚ୍ଚିତ ଚର୍ଚ୍ଚିନା ନାଗ ମଧ୍ୟ ସାବିତ୍ରୀ ପାଳିଛନ୍ତି ।

   Related Posts