ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିପାରେ ଇଡି, କଳାସାମ୍ରାଜ୍ୟର ଗୁମର ଖୋଲିବାକୁ ହୋଇପାରେ ମୁହାଁମୁହିଁ ଜେରା
12/12/2022 at 12:47 PM

ଭୁବନେଶ୍ୱର ୧୨/୧୨: ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିପାରେ ଇଡି । ରିମାଣ୍ଡରେ ଆଣି ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ସାମ୍ନାସାମ୍ନି ହୋଇପାରେ ଜେରା । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ଇଡି ।
ସୂଚନା ଥାଉକି, ଆଜି ସରୁଛି ଅର୍ଚ୍ଚନାଙ୍କ ୭ ଦିନିଆ ରିମାଣ୍ଡ । ଆସନ୍ତାକାଲି କୋର୍ଟରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ । କାଲି କୋର୍ଟରେ ହାଜର ପରେ ପୁଣି ରିମାଣ୍ଡ ଆବେଦନ କରିବ ଇଡି । ସେହିଭଳି ଜଗବନ୍ଧୁଙ୍କୁ ମଧ୍ୟ କାଲି କୋର୍ଟରେ ହାଜର କରାଯିବ । କାଲି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି ।
ତେବେ ଯାହା ଜଣାପଡିଛି ନାଗ ଦମ୍ପତ୍ତିଙ୍କ କଳାସାମ୍ରାଜ୍ୟର ଗୁମର ଖୋଲିବାକୁ ଇଡି କରୁଛି ଯୋଜନା । ପ୍ରଥମ ଅର୍ଚ୍ଚନା ନାଗ୍ଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଥିଲା ଇଡି । ତେବେ ରିମାଣ୍ଡର ୭ ଦିନ ପରେ ବି ମୁହଁ ଖୋଲିନଥିଲେ ଅର୍ଚ୍ଚନା । ଯେତେ ପଚାରିଲେ ବି କିଛି କହିନଥିଲେ ଅର୍ଚ୍ଚନା । ଏବେ ଦ୍ୱିତୀୟ ଥର ପାଇଁ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିବାକୁ ଇଡି ।