ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି, ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ EDର ନୋଟିସ

Published By : Prameya-News7 Bureau | January 03, 2023 IST

ଭୁବନେଶ୍ୱର ୦୩/୦୧: ବ୍ଲାକନେଲର କୁଇନ ଅର୍ଚ୍ଚନା ନାଗ୍ ଗିରଫ ମାମଲା । ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି । ଏଥିପାଇଁ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ନୋଟିସ ଜାରି କରିଛି ED । ଏହି ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ କରିଛି ED । ଜବତ ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ଜଣାଇବାକୁ ନୋଟିସ୍‌ରେ କୁହାଯାଇଛି ।

ସୂଚନା ଥାଉକି, ଲୋକଙ୍କୁ ବିଭିନ୍ନ ଆଳରେ ବ୍ଲାକମେଲିଂ କରି ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗକୁ ରାଜଧାନୀ ଭୁବନେଶ୍ଵରରେ ବିତାଉଥିଲେ ବିଳାସମୟ ଜୀବନ । ଜଗବନ୍ଧୁ ସ୍ତ୍ରୀ ଅର୍ଚ୍ଚନାଙ୍କ ସହ ବିଳାସବ୍ୟସନରେ ଦିନ କାଟୁଥିଲେ। ରହୁଥିଲେ ଆଲିସାନ ଘରେ। ଦାମୀ ଦାମୀ ଗାଡ଼ି ଚଢୁଥିଲେ। ମାତ୍ର ନିଜ ଘରର ଆର୍ଥିକ ସ୍ଥିତି ଦେଖିଲେ କେହି ବି ବିଶ୍ଵାସ କରିବେନି ଯେ ଗାଁରେ ଘର ଲୋକ ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଜଗବନ୍ଧୁଙ୍କ ବାପା ଶଶାଙ୍କ ଜଣେ ଚାଷୀ।

ବଡ଼ ଭାଇ ବୈକୁଣ୍ଠ ପରିବାର ଚଳାଇବା ପାଇଁ ଏକ ସଂସ୍ଥାରେ କାମ କରନ୍ତି। ଆଜବେଷ୍ଟସ ଘରେ ସେମାନେ ଦୟନୀୟ ଭାବେ ଦିନ କାଟୁଥିବା ବେଳେ ପୁଅ ଜଗବନ୍ଧୁ କିନ୍ତୁ ସ୍ତ୍ରୀ ଅର୍ଚ୍ଚିତା ସହ ସୌଖୀନ ଜୀବନ ବିତାଉଥିଲେ। ଏବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାଦ୍ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.