AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ହାଜର ହେଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର; ଆସିଲେନି ଶ୍ରଦ୍ଧାଞ୍ଜଳୀ

24/01/2023 at 3:23 PM

ଭୁବନେଶ୍ୱର ୨୪/୦୧: କୋର୍ଟରେ ହାଜର ହେଲେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଭିସି ଜରିଆରେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହେଲେ । କିନ୍ତୁ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ।

ଆସନ୍ତା ୭ ତାରିଖରେ ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ତେବେ ଏଇ ତିନି ଜଣଙ୍କ ହାଜିରା ପରେ ଖଗେଶ୍ବରଙ୍କ ଓକିଲଙ୍କ ଯୁକ୍ତି ରଖିଛନ୍ତି । ସେ କହିଛନ୍ତି ଯଦି ୩ ଜଣ ଅଭିଯୁକ୍ତ ଜେଲରେ ଅଛନ୍ତି । ତାହାଲେ ଚତୁର୍ଥ ଅଭିଯୁକ୍ତ କାହିଁକି ଗିରଫ ହେବେନି।

ସୂଚନା ଥାଉକି, ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ ୩ ଜଣଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍ ଥିଲା । ଏହାସହିତ ଖଗେଶ୍ଵର ଓ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ କୋର୍ଟରେ ହାଜର ପାଇଁ ସମନ ଜାରି ହୋଇଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡି ପକ୍ଷରୁ ମନି ଲଣ୍ଡରିଂ ମାମଲାରେ ଏମାନଙ୍କୁ ଚାର୍ଜସିଟରେ ଦୋଷୀ ଭାବେ ଦର୍ଶାଯାଇଛି ।

ଆର୍ଥିକ ହେର୍‌ଫେର୍‌ ଓ ବ୍ଲାକ ମେଲିଂ ମାମଲାରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା ନାଗ । ପରେ ଏହି ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱରଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ଘଟଣାର ତଦନ୍ତ ଭାର ଇଡି ନେବା ପରଠାରୁ ସମସ୍ତଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସମସ୍ତଙ୍କୁ ୩ ଥର ରିମାଣ୍ଡରେ ନେଇଥିଲେ ବି ଇଡି ଆଗରେ ସଂପୂର୍ଣ୍ଣ ସତ କଥା ବଖାଣିନଥିଲେ ।

ଯାହାଫଳରେ ଇଡି ଆର୍ଥିକ ହେର୍‌ଫେର୍‌ ମାମଲାରେ ସବୁ ତଥ୍ୟ ମିଳିପାରିନଥିଲା । ସେପଟେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ଯାହାକୁ ମାନ୍ୟବର କୋର୍ଟ ଖାରଜ୍‌ କରିଥିଲେ । ଏବେ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ହୋଇଛି । ଭିଡିଓ କନ୍‌ଫରେନ୍ସି ଜରିଆରେ ସମସ୍ତେ ହାଜର ହେବେ ।

   Related Posts