ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟରେ ହାଜର ହେବେ ନାଗ ଦମ୍ପତ୍ତି ଓ ଖଗେଶ୍ୱର

Published By : Prameya-News7 Bureau | January 11, 2023 IST

ଭୁବନେଶ୍ୱର ୧୧।୦୧ : ଅର୍ଚ୍ଚନା ନାଗ ଗିରଫ ମାମଲା । ବୁଧବାର କୋର୍ଟରେ ହାଜର ହେବେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର । ଭୁବନେଶ୍ୱର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ହାଜର ହେବେ । ପୂର୍ବ ତାରିଖରେ ଭିସି ଯୋଗେ କୋର୍ଟରେ ହାଜର ହୋଇଥିଲେ ୩ ଜଣ । ଆଜି ମଧ୍ୟ ୩ ଜଣ ଭିସିରେ ହାଜର ହୋଇପାରନ୍ତି ।

ଖବର ଅନୁଯାୟୀ, ଲୋକଙ୍କୁ ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ପୋଲିସ । ଏହାପରେ ତାଙ୍କ ସ୍ୱାମୀ ଓ ସାଥୀ ଖଗେଶ୍ୱରଙ୍କୁ ଗିରଫ କରାଯାଇଥିଲା । ପରେ ବେଆଇନ୍‌ ଆର୍ଥିକ କାରବାର ନେଇ ଇଡି ବି ଘଟଣାର ତଦନ୍ତ କରୁଛି । ଏହିକ୍ରମରେ ଅର୍ଚ୍ଚନାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ସେହିଭଳି କୌଣସି ତଥ୍ୟ ପାଇପାରୁନି ଇଡି ।

ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଓ ବିଜେନେସ୍ ପାର୍ଟନର ଖଗେଶ୍ୱରଙ୍କୁ ବି ତିନି ଥର ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନଙ୍କ ଠାରୁ ସେପରି କିଛି ତଥ୍ୟ ପାଇନାହିଁ ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.