ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା, ଜେଲ ଭିତରେ ଥାଇ କଲେ ଫର୍ମ ଫିଲଅପ୍
20/01/2023 at 12:24 PM

ଭୁବନେଶ୍ୱର ୨୦/୦୧: ଲେଡି ବ୍ଲାକମେଲର ଅର୍ଚନା ନାଗ ଗିରଫ ଘଟଣା। ଅର୍ଚ୍ଚନା ଦେବେ ଆଇନ ପରୀକ୍ଷା । ଏନେଇ ଜେଲ ଭିତରେ ଫର୍ମ ଫିଲପ କଲେ ଅର୍ଚ୍ଚନା । ଓକିଲଙ୍କ ଜରିଆରେ ଫର୍ମକୁ କ୍ୟାପିଟାଲ ଲ କଲେଜରେ ଦାଖଲ କଲେ ଅର୍ଚ୍ଚାନାଙ୍କ ଓକିଲ ଦେବାଶିଷ ମହାପାତ୍ର । ପରୀକ୍ଷା ପୂର୍ବରୁ ଫର୍ମ ଫିଲପ ପାଇଁ କୋର୍ଟରୁ ମିଳିଲା ଅନୁମତି । ଅର୍ଚ୍ଚନା ଇଣ୍ଟିଗ୍ରେଟେଡ଼ ଲ ପାଠ ପଢ଼ୁଥିବା ବେଳେ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ । ଜେଲ୍ ମାନୁଆଲ ଅନୁସାରେ ପରୀକ୍ଷା ଦେବେ ଅର୍ଚ୍ଚନା ।
ସୂଚନା ଥାଉକି, ଅର୍ଚ୍ଚନା ନାଗ୍ ରାଜ୍ୟ ବାହାରେ କିଛି ପ୍ରମାଣ ରଖିଥିଲେ । ଏବେ ସେ ସବୁ ପ୍ରମାଣ ସଂଗ୍ରହ ପାଇଁ ଅଣ୍ଟା ଭିଡିଛି ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) । ଖୁବ୍ଶୀଘ୍ର ଏକ ଟିମ୍ ରାଜ୍ୟ ବାହାରକୁ ଯାଇ ସେ ସବୁ ପ୍ରମାଣ ଯୋଗାଡ କରିବ । ତା’ଛଡା ନୟାଗଡ଼ର ବ୍ୟବସାୟୀ ଲୁଲୁଙ୍କୁ ଇଡି ନୋଟିସ୍ କରିବ ବୋଲି ଜଣାପଡ଼ିଛି । କାରଣ ଲୁଲୁ ଅର୍ଚ୍ଚନାଙ୍କୁ ୩୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ । ସେ କ’ଣ ପାଇଁ ଅର୍ଚ୍ଚନାଙ୍କୁ ଟଙ୍କା ଦେଇଥିଲେ ତାହା ଜାଣିବା ପାଇଁ ଇଡି ତାଙ୍କୁ ନୋଟିସ୍ କରିବ ବୋଲି ଜଣାପଡିଛି ।