ଇଡି ଖୋଲୁଛି ରହସ୍ୟ, ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ୨ ଦିନ

Published By : Prameya-News7 Bureau | December 07, 2022 IST

ଭୁବନେଶ୍ୱର ୦୭।୧୨ : ଇଡି ଖୋଲୁଛି ନାଗ ପେଡି । ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ରିମାଣ୍ଡର ଆଜି ଦ୍ବିତୀୟ ଦିନ । ବୁଧବାର ପୁଣି ଗୁଡାଇତୁଡାଇ ପ୍ରଶ୍ନ କରିପାରେ ଇଡି । ସାତ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ମଙ୍ଗଳବାର ଗଣମାଧ୍ୟମ ଆଗରେ ଖୋଲାଖୋଲି ଚେତାବନୀ ଦେଇଥିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ । କହିଥିଲା କାହାକୁ ଛାଡିବିନି ସବୁ ଗୁମର ଖୋଲିବି । କହିଥିଲେ ୩୦ ମିନିଟ୍‌ରେ ପ୍ରମାଣ ସହ ଏକ୍ସକ୍ଲୁସିଭ୍‌ ତଥ୍ୟ ଦେବି । ଇଡିର ତଦନ୍ତକୁ ମୁଁ ଅପେକ୍ଷା କରିଥିଲି । କୁଆଡ଼େ ଗଲା ଶ୍ରଦ୍ଧାଞ୍ଜଳି । ୨ଜଣ ମିଶି ପଣସ ଖାଇ ମୋ’ ମୁଣ୍ଡରେ ଅଠା ବୋଳିଦେଲେ ।

ସେହିପରି ଲକ୍ଷ୍ମୀସାଗର ଥାନାରେ ଅକ୍ଷୟ ପରିଜାଙ୍କ ନାଁରେ ଶ୍ରଦ୍ଧାଞ୍ଜଳିର ଏତଲା ପରଠାରୁ ସବୁ କଲ ଡିଟେଲ୍ସ ଚେକ ହେଉ ବୋଲି କହିଥିଲା ଅର୍ଚ୍ଚନା । ଯଦି ସତସାହସ ଅଛି ଶ୍ରଦ୍ଧାଞ୍ଜଳି ସାମ୍ନାକୁ ଆସୁ ବୋଲି କହିଛନ୍ତି  ଅର୍ଚ୍ଚନା ନାଗ । ଇଡିକୁ ମୁଁ ଅପେକ୍ଷା କରିଛି ଏବଂ ଇଡି ତଦନ୍ତକୁ ମୁଁ ସ୍ବାଗତ କରୁଛି । ସବୁ ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଅର୍ଚ୍ଚନା । ଏଥି ସହ ଯେତେ ତଦନ୍ତକାରୀ ସଂସ୍ଥା ଆସୁଛନ୍ତି, ଆସନ୍ତୁ ବୋଲି କହି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଅର୍ଚ୍ଚନା ନାଗ୍‌ । ସେପଟେ ଆଜି କୋର୍ଟରେ ହାଜର ହେବେ ସ୍ବାମୀ ଜଗବନ୍ଧୁ ଚାନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.