କୋର୍ଟ ବାହାରେ ଗର୍ଜିଲେ ବ୍ଲାକମେଲିଂ କୁଇନ, କହିଲେ- କେହି ମୋ କଥା ଶୁଣୁନାହାନ୍ତି...

Published By : Prameya-News7 Bureau | December 05, 2022 IST

ଭୁବନେଶ୍ୱର ୦୫।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟରେ ହାଜର ହେବା ପରେ ଭିତରେ କାନ୍ଦିଲେ ଅର୍ଚ୍ଚନା । କହିଲେ , ମୋ କଥା ଦୁଇ ମାସ ହେଲା କେହି ଶୁଣୁନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କୁହାଯାଉ ।

କୋର୍ଟରୁ ବାହାରିବା ପରେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ଘର ସିସିଟିଭି ସହ ବାଲିଅନ୍ତା ଥାନାର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉ । ମୋତେ କାହିଁକି ୬ ଦିନ ଯାଏଁ ବାଲିଅନ୍ତା ଥାନାରେ ରଖାଯାଇଥିଲା । ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସବୁ ତଥ୍ୟ ମିଳିଯିବ ବୋଲି କହିଛନ୍ତି । ସେହିପରି ଏହି ଘଟଣାରେ ଶ୍ରଦ୍ଧାଞ୍ଜଳି ଫେରାର କାହିଁକି । ଏପିରିକି କିଛି ଦିନ ହେଲା ଗଣମାଧ୍ୟମ ମୋ ନାଁରେ ପରିକଳ୍ପିତ ଖବର ଚଳାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଆର୍ଥିକ କାରବାର ନେଇ ଇଡିର ଆବେଦନ ଆଧାରରେ ସୋମବାର ଦିନ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କଡ଼ା ସୁରକ୍ଷା ମଧ୍ୟରେ ଝାରପଡ଼ା ଜେଲ୍‌ରୁ ନେଇ କୋର୍ଟରେ ହାଜର କରାଯାଇଥିଲା । ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.