ବଢିବ ଅଡୁଆ, ଇଡିରେ ହାଜର ହୋଇପାରନ୍ତି ନାଗ ଦମ୍ପତ୍ତି

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର ୩୦।୧୧ : ବଢିବ ଅଡୁଆ । ଆଜି ଇଡିରେ ହାଜର ହୋଇପାରନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି । ତେବେ ବର୍ତ୍ତମାନ ସୁଦ୍ଧା ଖଗେଶ୍ବର, ଶ୍ରଦ୍ଧାଞ୍ଜଳି,ଅକ୍ଷୟ ପରିଜା, ଚନ୍ଦନ ଏବଂ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି ।

ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର କଳାସାମ୍ରାଜ୍ୟରେ ବ୍ୟବହୃତ କଳା ଟଙ୍କାର ଖିଅ ଖୋଜୁଛି ଇଡି । ଧୀରେ ଧୀରେ ଏହାସହିତ ଜଡିତ ସମସ୍ତ ଲୋକଙ୍କୁ ଡାକି ଜେରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଛି ଦିନ ତଳେ ଖଗେଶ୍ୱର, ଶ୍ରଦ୍ଧାଞ୍ଜଳୀ, ଫିଲ୍ମ ପ୍ରଯୋଜ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଏବଂ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ଜେରା କରିସାରିଛି ଇଡି । ଏହିକ୍ରମରେ ଆଗକୁ ଅଧିକ ତଥ୍ୟ ପାଇଁ ନାଗ ଦମ୍ପତ୍ତିଙ୍କୁ ଜେରା କରିପାରେ ଇଡି । କୋର୍ଟରେ ହଜାର ପରେ ଉଭୟଙ୍କୁ ରିମାଣ୍ଡରେ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ପାଇଁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.