AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଅର୍ଚ୍ଚନାଙ୍କ ଜୀବନରେ ବଡ ଭିଲିୟାନ ପ୍ରମୋଦ: ସିନେମାରେ ରୋଲ୍ ଦେବାକୁ କହି ପକାଇଥିଲେ ପାପ ନଜର

29/11/2022 at 3:00 PM

ଭୁବନେଶ୍ୱର ୨୯।୧୧ : ଅର୍ଚ୍ଚନା ନାଗ ଗିରଫ ମାମଲାରେ ନୂଆ ଟ୍ୱିଷ୍ଟ । ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ବୟାନ ପରେ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ପୁରୁଣା ଅଭିଯୋଗ । ଯେଉଁଥିରେ ଅନେକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି ।  ପ୍ରମୋଦ ସ୍ଵାଇଁ ତାଙ୍କୁ କେମିତି ବ୍ଲାକମେଲ୍ କରୁଥିଲେ ତାର ଖୁଲାସା କରିଛନ୍ତି ଅର୍ଚ୍ଚନା ନାଗ। ପ୍ରଯୋଜକ ପ୍ରମୋଦଙ୍କ ବିରୋଧରେ ସେ ଅନେକ ସଙ୍ଗୀନ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ୨୦୧୭ରେ ଅର୍ଚ୍ଚନା ନାଗ ମହିଳା ଥାନାରେ ଏକ ଅଭିଯୋଗ କରିଥିଲେ । ସେ ନିଜ ଅଭିଯୋଗରେ କହିଥିଲେ ଯେ, ପ୍ରମୋଦ ସ୍ଵାଇଁ ତାଙ୍କୁ ବ୍ଲାକ ମେଲିଂ କରୁଥିଲେ। ନୂଆ ଫିଲ୍ମରେ ସୁଯୋଗ ଦେଇ ତାଙ୍କୁ ଷ୍ଟାର କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆରମ୍ଭରୁ ମାସକୁ ୫ ହଜାର ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ । ଏପରିକି ଚାକିରୀ ଏବଂ ଘର ଦେବାର ସୁନେଲି ସ୍ଵପ୍ନ ଦେଖାଇଥିଲେ। ତେବେ ପ୍ରତିଶ୍ରୁତି ଆଳରେ ମୋର କିଛି ନଗ୍ନ ଫଟୋ ଉଠାଇ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ । ତାଙ୍କ ସହ ଶାରୀରିକ ସଂପର୍କ ନରଖିଲେ ସ୍ୱାମୀକୁ କହିଦେବେ ବୋଲି ପ୍ରମୋଦ ସ୍ଵାଇଁ ଧମକ ଦେଉଥିଲେ ବୋଲି ଅର୍ଚ୍ଚନା କହିଛନ୍ତି ।

ଫିଲ୍ମରେ ବଡ ବଡ ସୁଯୋଗ ଦେଇ ଷ୍ଟାର କରି ଦେବେ ବୋଲି କହିଥିଲେ। ତାଙ୍କ ଲୋଭନୀୟ ପ୍ରତିଶ୍ରୁତି ଏବଂ କଥାରେ ପଡି ମୁଁ ପରବର୍ତ୍ତୀ ସମୟରେ ପ୍ରମୋଦ ସ୍ଵାଇଁଙ୍କ ଘରେ ରହିଥିଲେ । କିଛି ଦିନ ରହିବା ପରେ ବାଉନ୍ସର ଲଗାଇ ଘରୁ ବାହାର କରିବାକୁ ଧମକ ଦେଇଥିଲେ ପ୍ରମୋଦ । ଯେତେବେଳେ ମୁଁ ୭ ମାସର ଗର୍ଭବତୀ ଥିଲି ସେହି ସମୟରେ ମୋ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପରିକି ଘରର ଇଲେକ୍ଟ୍ରି କାଟିବାକୁ ମଧ୍ୟ ପ୍ରମୋଦ ସ୍ଵାଇଁ ଧମକ ଦେଇଥିଲେ ବୋଲି ଅର୍ଚ୍ଚନା କହିଛନ୍ତି।

   Related Posts