ଶ୍ରଦ୍ଧାଞ୍ଜଳିଙ୍କ ମୁହଁରେ 'ନାଗ' ପେଡ଼ି ଗୁମର : ରଙ୍ଗଶାଳାରୁ ଟାର୍ଗେଟ ହେଉଥିଲେ ବଡ଼ବଡ଼ିଆ, ସ୍କାଣ୍ଡାଲରୁ ଚାଲିଥିଲା ବ୍ଲାକମେଲିଂ

Published By : Prameya-News7 Bureau | November 29, 2022 IST

ଭୁବନେଶ୍ୱର ୨୯।୧୧ : ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ EDର ତନାଘନା ଜାରି। ମଙ୍ଗଳବାର ED ରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ତଥା ବିଲଲ୍ଡର ପ୍ରମୋଦ ସ୍ୱାଇଁ । ହାଜର ହେବା ପୂର୍ବରୁ ପ୍ରମୋଦ ବିସ୍ଫୋରକ ବୟାନ କହିଛନ୍ତି । ସେ କହିଛନ୍ତି ଅର୍ଚ୍ଚନା ମୋତେ ବ୍ଲାକମେଲ କରୁଥିଲେ । ମୁଁ ଇଡି ଅଧିକାରୀଙ୍କୁ ସବୁ ତଥ୍ୟ ଦେବାକୁ ଆସିଛି ଏବଂ ଯାହା ପଚାରିବେ ସବୁ କହିବି। ପୂର୍ବରୁ ପ୍ରମୋଦ ସ୍ୱାଇଁଙ୍କ ଘରେ ଭଡାରେ ରହୁଥିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କ ବେହିସାବ ସମ୍ପତ୍ତିର ଖିଅ ଖୋଜୁଥିବା ବେଳେ ଏହି ଲିଙ୍କ୍ ରେ ଜଣଙ୍କ ପରେ ଜଣଙ୍କୁ ଇଡି ସମନ କରୁଛି। ଏହି କ୍ରମରେ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ୱାଇଁଙ୍କୁ ସମନ କରିଥିଲା ED ।

ସେପଟେ ଶ୍ରଦ୍ଧାଞ୍ଜଳିଙ୍କ ଏତଲା ଆଧାରରେ ସାଂଘାତିକ ତଥ୍ୟ ମିଳିଛି । ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ଖୋଲିବେ ଅର୍ଚ୍ଚନା ରଙ୍ଗଶାଳାର ଗୁମର । ୨୦୧୮ରେ ପ୍ରମୋଦ ସ୍ବାଇଁଙ୍କ ଘରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ପ୍ରଥମ ଭେଟ ହୋଇଥିଲା । ଯେହେତୁ ଉଭୟ ଗୋଟିଏ ବିଲ୍ଡିଂରେ ରହୁଥିଲେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଏହି ରହଣି ଭିତରେ ଅନେକ ବଡ଼ବଡିଆ ଅର୍ଚ୍ଚନଙ୍କ ଘରକୁ ଆସୁଥିବା କଥା ଶ୍ରଦ୍ଧାଞ୍ଜଳି ଜାଣିବାକୁ ପାଇଥିଲେ । ୨୦୧୯ରେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ସେକ୍ସ କାରବାର କରିବା ପାଇଁ ଅଫର ଦେବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି କହିଥିଲେ । ସେକ୍ସ ଭିଡ଼ିଓ କରି ବ୍ଲାକମେଲ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ଅର୍ଚ୍ଚନା ।

ଅଭିଯୋଗ ମୁତାବକ ସେହି ଘରେ ରହିବା ସମୟରେ ଅର୍ଚ୍ଚନା ଓ ତା ସମ୍ପର୍କୀୟ ଭାଇ ତାଙ୍କୁ ଛାତ ଉପରେ ଏକ ଭୋଜିକୁ ନିମନ୍ତ୍ରଣ କରିଥିଲେ । ଭୋଜିରେ ଖାଦ୍ୟରେ ନିଶାଦ୍ରବ୍ୟ ଦେଇ ଶ୍ରଦ୍ଧାଞ୍ଜଳିଙ୍କୁ ଖାଇବାକୁ ଦେଇଥିଲେ । ଏହି ଖଦ୍ୟ ଖାଇ ଚେତା ଶୂନ୍ୟ ହୋଇଥିଲେ ଶ୍ରଦ୍ଧାଞ୍ଜଳି । ଚେତା ଫେରିବା ପରେ ସେ ଜାଣିବାକୁ ପାଇଲେ ଯେ ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କ ଅଶ୍ଲୀଳ ଫୋଟୋ ଓ ଭିଡ଼ିଓ ମୋବାଇଲରେ ଉତ୍ତୋଳନ କରିଛନ୍ତି । ଯଦି ତାଙ୍କ କଥା ନମାନିବ ତାହାଲେ ଏହି ଫୋଟୋ ଓ ଭିଡିଓକୁ ଭାଇରାଲ କରିଦେବେ ବୋଲି ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କୁ ଧମକ ଦେଇଥିଲେ ।

ପରେ  ୨୦୨୦ ଲକଡାଉନ ସମୟରେ ଶ୍ରଦ୍ଧାଞ୍ଜଳି ଘରେ ଥିବା ସମୟରେ ତାଙ୍କୁ ଭୁବନେଶ୍ୱର ଡକେଇଥିଲେ ଅର୍ଚ୍ଚନା ଓ ଏକ ନୂଆ ଫୋନ ଦେଇଥିଲେ ଅର୍ଚ୍ଚନା । ପ୍ରଥମେ ନୟାଗଡ଼ର ଜଣେ ବ୍ୟବସାୟୀଙ୍କ ସହ କଥା ହେବା ପାଇଁ କହିଥିଲେ । ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ଓ ଶ୍ରଦ୍ଧାଞ୍ଜଳିଙ୍କ ଅଶ୍ଳୀଳ ଭିଡ଼ିଓ ଉତ୍ତୋଲନ କରିଥିଲେ ଅର୍ଚ୍ଚନା । ଏହା ପରେ ସେହି ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳିଙ୍କ ନାଁ ନେଇ ବ୍ଲାକ ମେଲ କରିଥିଲେ ଅର୍ଚ୍ଚନା । ଏମିତି କରି ଲକ୍ଷ ଲକ୍ଷ ଟଙ୍କା ପାଇଥିବା ବେଳେ ସେଥିରୁ ଶ୍ରଦ୍ଧାଞ୍ଜଳିଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ ଅର୍ଚ୍ଚନା । ଅଧିକ ଟଙ୍କା ଶ୍ରଦ୍ଧାଞ୍ଜଳି ମାଗିବାରୁ ଭିଡ଼ିଓ ଭାଇରାଲ କରିବାକୁ ଅର୍ଚ୍ଚନା ଧମକ ଦେଉଥିଲେ । ଅର୍ଚ୍ଚନା ଜଗବନ୍ଧୁ ଓ ଖଗେଶ୍ୱର ଲୋକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରଦ୍ଧାଞ୍ଜଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.