ଅର୍ଚ୍ଚନା ନାଗ ଗିରଫ ମାମଲା, ଆସନ୍ତା ୫ରେ ଶୁଣାଣି କରିବେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ

Published By : Prameya-News7 Bureau | November 01, 2022 IST

ଭୁବନେଶ୍ୱର ୦୧।୧୧: ବ୍ଲାକମେଲ୍‌ କ୍ୱିନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କ ମାମଲାର ହେବ ଶୁଣାଣି । ଅକ୍ଷୟ ପରିଜାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ଶୁଣାଣି ହେବ । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ କରିବେ ଶୁଣାଣି । ପୂର୍ବରୁ ଗତ ଅକ୍ଟୋବର ୧୪ ତାରିଖରେ ମାମଲାର ହୋଇଥିଲା ଶୁଣାଣୀ ।

ସୂଚନାଯୋଗ୍ୟ ଯେ, ୨୦୧୬ରେ ଘର ଭଡା ନେଇ ଭୁବନେଶ୍ୱରରେ ରହୁଥିବା ଅର୍ଚ୍ଚନା ୨୦୨୦ ବେଳକୁ କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ । ମାତ୍ର ୫ବର୍ଷରେ ଏତେ ଟଙ୍କାର ସମ୍ପତ୍ତି ସେ କେମିତି ଉପାର୍ଜନ କଲେ ତାର ହିସାବ ଖୋଜିବ ପୋଲିସ । ଗତ ୬ମାସ ଭିତରେ ଏଥିରେ ୫କୋଟି ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି । ପ୍ରତି ଆକାଉଣ୍ଟରେ ହୋଇଥିବା ବଡ ବଡ ପରିମାଣର ଟଙ୍କା ନେଣଦେଣ ଏବେ ପୋଲିସ ସ୍କାନରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.