ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟଙ୍କ ସମନ, ୨୪ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ

Published By : Prameya-News7 Bureau | January 12, 2023 IST

ଭୁବନେଶ୍ୱର ୧୨।୦୧ : ଅର୍ଚ୍ଚନା ନାଗ ଗିରଫ ମାମଲା । ଶ୍ରଦ୍ଧାଞ୍ଜଳିଙ୍କୁ ହାଜର ହେବା ପାଇଁ କୋର୍ଟରୁ ସମନ । ଆସନ୍ତା ୨୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟଙ୍କ ପକ୍ଷରୁ ସମନ ଜାରି ହୋଇଛି । ୨୪ ତାରିଖ ଦିନ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ବି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହାଜର ହେବେ ।

ଖବର ଅନୁଯାୟୀ, ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା । ଏହାବ୍ୟତୀତ ଅର୍ଚ୍ଚନାଙ୍କ ଜଗବନ୍ଧୁ ଓ ବିଜ୍‌ନେସ୍‌ ପାର୍ଟନର ଖଗେଶ୍ୱର ବି ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ଇଡି ତିନି ଜଣଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲେ ବି କୌଣସି ସୂଚନା ପାଇପାରିନାହିଁ । ଆଉ ଏବେ ୨୪ ତାରିଖ ଦିନ ତିନି ଜଣ ପୁଣି ଥରେ କୋର୍ଟରେ ହାଜର ହୋଇପାରନ୍ତି । ଭିଡିଓ କନ୍‌ଫରେନ୍ସ ଜରିଆରେ ସମସ୍ତଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି ।

ସେପଟେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କୁ ବି ନୋଟିସ କରିଛନ୍ତି କୋର୍ଟ । ଆସନ୍ତା ୨୪ ତାରିଖ ଦିନ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ଶ୍ରଦ୍ଧାଞ୍ଜଳୀଙ୍କୁ ସମନ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.