ଝାରପଡ଼ା ଜେଲ୍‌ରେ ଇଡି : ପ୍ରଥମେ ଅର୍ଚ୍ଚନା, ତାପରେ ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ହେବ ଜେରା

Published By : Prameya-News7 Bureau | January 04, 2023 IST

ଭୁବନେଶ୍ୱର ୦୪।୦୧: ଝାରପଡ଼ା ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବ୍ଲାକ ମେଲିଂ କୁଇନ୍‌ ଅର୍ଚ୍ଚନା ନାଗକୁ ଜେରା କରିବ ଇଡି । ଏହାପରେ ଖଗେଶ୍ୱର ପାତ୍ରଙ୍କୁ ମଧ୍ୟ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପାଇଁ ଇଡିକୁ ଅନୁମତି ଦେଇଛନ୍ତି କୋର୍ଟ ।

ଖବର ଅନୁଯାୟୀ, ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରୁଛି ଇଡି । ୫ ବର୍ଷ ମଧ୍ୟରେ ଏତେ ପରିମାଣର ସମ୍ପତ୍ତି କିପରି ଅର୍ଚ୍ଚା ଠୁଳ କରିଲେ । ତାହାର ତଥ୍ୟ ଇଡି ସାମ୍ନାରେ ରଖିପାରୁନାହାନ୍ତି ଅର୍ଚ୍ଚନା । ପୂର୍ବରୁ ହୋଇଥିବା ଜେରାରେ ମଧ୍ୟ ଏହି ସଂପର୍କରେ ପ୍ରଶ୍ନ କରାଯାଇଥିଲା । ହେଲେ ପୁରା ଚୁପ୍‌ ରହିଥିଲେ ଅର୍ଚ୍ଚନା ।

ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଏବଂ ଖଗେଶ୍ୱର ମଧ୍ୟ ଟଙ୍କା ନେଣଦେଣ ନେଇ କୌଣସି ତଥ୍ୟ ଦେଇପାରୁନାହାନ୍ତି । ସେଥିପାଇଁ ତିନିଜଣଙ୍କୁ ପୁଣି ଥରେ ଜେରା କରି ଇଡି । ଏଥିପାଇଁ କୋର୍ଟଙ୍କ ଅନୁମତି ମଧ୍ୟ ମିଳିଛି । ତେବେ ଏହି ଜେରା ଲାଗି ଜେଲ୍‌ ପରିସରରେ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ଅର୍ଚ୍ଚନା, ଖଗେଶ୍ୱର ଏବଂ ଜଗବନ୍ଧୁଙ୍କୁ ସମ୍ପତ୍ତି ବ୍ୟାଜାପ୍ତି ପାଇଁ କୋର୍ଟ ନୋଟିସ୍‌ ଦେଇଛନ୍ତି । ଏପିରିକି ତୁମ ସମ୍ପତ୍ତି କଣ ପାଇଁ ବ୍ୟାଜାପ୍ତି ହେବେ ନାହିଁ । ସେନେଇ ମଧ୍ୟ ୩ଜଣଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.