ଆସିଲା ଅର୍ଚ୍ଚନା ନାଗ ଡିଜିଟାଲ ଫରେନସିକ ରିପୋର୍ଟ, ଆବଶ୍ୟକ ପଡିଲେ ରିମାଣ୍ଡରେ ଆଣିବ ପୋଲିସ
20/12/2022 at 2:50 PM

ଭୁବନେଶ୍ବର ୨୦।୧୨ : ଆସିଲା ଅର୍ଚ୍ଚନା ନାଗ ଡିଜିଟାଲ ଫରେନସିକ ରିପୋର୍ଟ । ଖଣ୍ଡଗିରି ପୋଲିସକୁ ରିପୋର୍ଟ ହସ୍ତାନ୍ତର କଲା ଏସଏଫଏସଏଲ। ରିପୋର୍ଟର ଗୋଟିଏ କପି କୋର୍ଟକୁ ଦିଆଯାଇଥିବା ସୂଚନା ।୪ଟି ମୋବାଇଲ, ୨ଟି ଲାପ୍ଟପ୍ ଓ ପେନଡ୍ରାଇଭର ରିପୋର୍ଟ ମିଳିଥିବା ନେଇ ଖଣ୍ଡଗିରି ଆଇଆଇସି ସୂଚନା ଦେଇଛନ୍ତି । ରିପୋର୍ଟ ଆଧାରରେ ଆଗକୁ ତଦନ୍ତ କରାଯିବ। ଆବଶ୍ୟକ ପଡିଲେ ରିମାଣ୍ଡରେ ଆସିବ ଅର୍ଚ୍ଚନା।
ସୂଚନାଯୋଗ୍ୟ ଯେ, ବେଆଇନ ଆର୍ଥିକ କାରବାରର ତନାଘନା କରୁଥିବା ଇଡି ଇତିମଧ୍ୟରେ ଅର୍ଚ୍ଚନା ନାଗଙ୍କୁ ଦୁଇ ଥର ରିମାଣ୍ଡରେ ନେଇସାରିଲାଣି । ହେଲେ ଇଡିକୁ ଅର୍ଚ୍ଚନା ସବିଶେଷ ତଥ୍ୟ ଦେଇନଥିବା ସୂଚନା ମିଳିଛି । ଏପିରିକି ଜଗବନ୍ଧୁ-ଶ୍ରଦ୍ଧାଞ୍ଜଳୀ-ଅର୍ଚ୍ଚନାଙ୍କୁ ସାମ୍ନାସାମ୍ନି ଜେରା ମଧ୍ୟ କରିଥିଲା ଇଡି । ଯାହାକି ଇଡି ପାଇଁ ସେତେଟା ସୁଫଳ ହୋଇଥିଲା । ତେବେ ଇଡିର ରିମାଣ୍ଡ ଅବଧି ଶେଷ ହେବାପରେ ଜେଲ୍କୁ ଫେରିଛନ୍ତି ଅର୍ଚ୍ଚନା ନାଗ ।