ଭୁବନେଶ୍ୱର ୧୯।୧୨ : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲା । ଶେଷ ହେଲା ଅର୍ଚ୍ଚନା ନାଗ ରିମାଣ୍ଡ ଅବଧି । ସୋମବାର ପୁଣି କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇବ ଇଡି । ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ମଧ୍ୟ ମୁହଁ ଖୋଲିଲେନି ଅର୍ଚ୍ଚନା । ଏହି ପର୍ଯ୍ୟାୟ ରିମାଣ୍ଡରେ ଅର୍ଚ୍ଚନା,ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନାସାମ୍ନି ଜେରା କରିଛି ଇଡି । ଜେରା ବେଳେ ବିଭିନ୍ନ ବ୍ୟାଙ୍କ କର୍ମଚାରୀଙ୍କୁ ଡକାଇ ତର୍ଜମା କରିଛି ଇଡି ।
ଖବର ଅନୁଯାୟୀ, ଆର୍ଥିକ ହେରଫେର୍ ମାମଲାରେ ତନାଘନା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଅର୍ଚ୍ଚନା ନାଗଙ୍କୁ ପ୍ରଥମେ ୭ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ହେଲେ ଏହି ସମୟରେ ଇଡିକୁ କିଛି ବିଶେଷ ତଥ୍ୟ ଦେଇନଥିଲେ ଅର୍ଚ୍ଚନା । ପରବର୍ତ୍ତୀ ସମୟରେ ପ୍ରଥମ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇଥିଲା ଇଡି । କିନ୍ତୁ ୨ୟ ପର୍ଯ୍ୟାୟରେ ବି କିଛି ମୁହଁ ଖୋଲିନଥିଲେ ଅର୍ଚ୍ଚନା । ଏହି ସମୟରେ ଜଗବନ୍ଧୁ, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ସାମ୍ନାସାମ୍ନି ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ ବିଶେଷ କିଛି ଫରକ ପଡିନଥିଲା । ପୂର୍ବ ପରି ତଥ୍ୟ ଇଡିକୁ ବିଶେଷ କିଛି ତଥ୍ୟ ଦେଇନାହାନ୍ତି ଅର୍ଚ୍ଚନା ।
ତେବେ ୨ୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ଅର୍ଚ୍ଚନାଙ୍କୁ ସୋମବାର କୋର୍ଟରେ ପୁଣି ହାଜର କରିପାରେ ଇଡି । ଆହୁରି ଅଧିକ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି ।