ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗଙ୍କ ୭ଦିନିଆ ରିମାଣ୍ଡ ଶେଷ, ଆଜି କୋର୍ଟରେ ହେବେ ହାଜର

Published By : Prameya-News7 Bureau | December 13, 2022 IST

ଭୁବନେଶ୍ୱର ୧୩।୧୨ : ବହୁ ଚର୍ଚ୍ଚିତ ଅର୍ଚନା ନାଗ ମାମଲାରେ ନିଶାର ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଅର୍ଚ୍ଚନାର ୭ ଦିନ ରିମାଣ୍ଡ ସମୟ ଅର୍ଚ୍ଚନା ଠାରୁ ଇଡିର ଅଧିକାରୀମାନେ ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ କରିଥିଲେ । ହେଲେ ଅର୍ଚ୍ଚନା ଇଡିକୁ ନିରାଶ କରିଛି । ଚତୁର ଅର୍ଚ୍ଚନା ଅଳ୍ପ କିଛି ତଥ୍ୟ ଦେଇଛି ଅନେକ କିଛି ଚାପି ଦେଇଛି । ମଙ୍ଗଳବାର ଅର୍ଚ୍ଚନାକୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାକୁ ଗତ ୬ ତାରିଖରେ ଅର୍ଚ୍ଚନାକୁ ରିମାଣ୍ଡରେ ଆଣିଥିଲା ଇଡି ।  କ୍ୟାପିଟାଲ୍‌ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମ ଆଗରେ କହିଥିଲେ, ଏମିତି ତଥ୍ୟ ଅଛି ୩୦ ମିନିଟ୍‌ରେ ରାଜ୍ୟ ଦୋହଲାଇ ଦେବି । ହେଲେ ଅର୍ଚ୍ଚନା ଆଜି ପର୍ଯ୍ୟନ୍ତ ଇଡି ଆଗରେ ମୁହଁ ଖାଲୁ ନାହାନ୍ତି । ଏମିତିକି ତଦନ୍ତରେ ସହଯୋଗ କରୁନଥିବା ଜଣାପଡିଛି ।

ସେପଟେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସୁରକ୍ଷାକୁ ନଜରେ ରଖି ଇଡିର ଅଧିକାରୀମାନେ କମିଶନରେଟ୍‌ ପୁଲିସ୍‌କୁ ୧ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ କିଛି ଅଧିକାରୀ ମାଗିଛନ୍ତି । ସେମାନଙ୍କ ଦାବି ମୁତାବକ ପୁଲିସ୍‌ ଫୋର୍ସ ଦିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.