ଅର୍ଚ୍ଚନା ନାଗ ଗିରଫ ଘଟଣା, ରିମାଣ୍ଡରେ ମୁହଁ ଖୋଲୁନାହାନ୍ତି ଏହି ବ୍ଲାକ ମେଲିଂ କୁଇନ୍

Published By : Prameya-News7 Bureau | December 11, 2022 IST

ଭୁବନେଶ୍ୱର ୧୧।୧୨ : ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକେମଲ୍‌ ଘଟଣା । ସାତ ଦିନର ଇଡିର ରିମାଣ୍ଡରେ ଥିବା ଅର୍ଚ୍ଚନା ମୁହଁ ଖୋଲୁନାହାନ୍ତି । ଏନେଇ ଇଡି ଅଧିକାରୀ ମାନେ ଲାଗିପଡିଛନ୍ତି କିଭଳି ଏହି କୋଟି କୋଟି ଟଙ୍କାର ଆର୍ଥିକ କାରବାର ଉପରୁ ପରଦା ହଟାଇବେ ।

ସେପଟେ ଇଡି ଶନିବାର ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ହାତ ଲେଖା ଡାଏରୀର ନକଲି କପି ନେଇ ଯାଞ୍ଚ ଆରମ୍ଭ କରିଛି । ଅଧିକ ତଦନ୍ତ କରିବା ପାଇଁ ଆସନ୍ତା ୧୩ ତାରିଖରେ ଜଗବନ୍ଧୁ ଚାନ୍ଦଙ୍କୁ ଇଡି ରିମାଣ୍ଡରେ ନେବାକୁ ଯୋଜନା କରିଛି । ଏବେ ସୁଦ୍ଧା ଅର୍ଚ୍ଚନାଙ୍କୁ ଇଡି ଜେରାରେ କୌଣସି ବଡ଼ଧରଣର ତଥ୍ୟ ଦେଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଅର୍ଚ୍ଚନାଙ୍କୁ ଇଡି ରିମାଣ୍ଡରେ ନେବା ପୂର୍ବରୁ ଚାଞ୍ଚଲ୍ୟକର ବୟାନ ଦେଇଥିଲେ ବ୍ଲାକ ମେଲ୍‌ କୁଇନ । ସେ କହିଥିଲେ କି, ଯଦି ମୋତ ୩୦ ମିନିଟ୍‌ ସମୟ ଦିଆଯାଏ । ତେବେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବି । ଏପିରିକି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଇଡି ତଥ୍ୟ ପାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.