ଡାଏରୀରେ ଥିବା ଲେଖା କାହାର ? ଅର୍ଚ୍ଚନାଙ୍କ ହସ୍ତାକ୍ଷର ଏବଂ ଫିଙ୍ଗରପ୍ରିଣ୍ଟ ସଂଗ୍ରହ

Published By : Prameya-News7 Bureau | December 24, 2022 IST

ଭୁବନେଶ୍ୱର ୨୪।୧୨ : ବ୍ଲାକମେଲିଂ କୁଇନ୍‌ ଅର୍ଚ୍ଚନା ନାଗ ଗିରଫ ମାମଲାରେ ତନାଘନା। ଶନିବାର ଜେଲ ଯାଇ ଅର୍ଚ୍ଚନାଙ୍କ ହସ୍ତାକ୍ଷର ଏବଂ ଟିପ ଚିହ୍ନ ସଂଗ୍ରହ କରିଛି ଖଣ୍ଡଗିରି ଥାନା ପୋଲିସ । ଏହାକୁ ହାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ।

ତେବେ  ତଦନ୍ତ ବେଳେ ପୋଲିସକୁ ମିଳିଥିବା ଅର୍ଚ୍ଚନାଙ୍କ ଡାଏରୀରେ ଥିବା ଲେଖା କାହାର ? ଅର୍ଚ୍ଚନାଙ୍କ ହାତଲେଖା ସହ ଡାଏରୀରେ ଥିବା ଲେଖାର ସାମଞ୍ଜସ୍ୟ ରହିଛି କି ନାହିଁ ସେନେଇ ଖୋଳତାଡ କରିବ ପୋଲିସ । ଆସନ୍ତା ୩୧ ତାରିଖରେ ଭୁବନେଶ୍ବର ଏଡିଜେ କୋର୍ଟରେ ପ୍ରାୟ ୧୫୦୦ ପୃଷ୍ଠା ବିଶିଷ୍ଟ ଚାର୍ଜସିଟ ଦାଖଲ କରିବ ଖଣ୍ଡଗିରି ଥାନା ପୋଲିସ ।

ସେପଟେ ପୁଣି ରିମାଣ୍ଡରେ ଗଲେ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ। ଇଡି  ଆଜିଠାରୁ ତାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ଜେରା କରିବ । ଶୁକ୍ରବାର ଜଗବନ୍ଧୁଙ୍କ ୯ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଡି ଜଗବନ୍ଧୁଙ୍କୁ ଇଲେକ୍ଟ୍ରୋନିକ ଡିଭାଇସ୍ ସମ୍ପର୍କରେ ପଚରାଉଚରା କରିପାରେ। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଗିରଫ କରିଥିଲା ଇଡି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.