ଜାମିନ ଆବେଦନ କଲେ ଅର୍ଚ୍ଚନା, ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟରେ ହେବ ଶୁଣାଣି

Published By : Prameya-News7 Bureau | December 01, 2022 IST

ଭୁବନେଶ୍ୱର ୦୧।୧୨ : ଜାମିନ ଆବେଦନ କଲେ ଅର୍ଚ୍ଚନା । ତଳକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଉପରକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ । ବୁଧବାର ଜାମିନ ଆବେଦନର ଶୁଣାଣି କରିବେ ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟ ।

ଖବର ଅନୁଯାୟୀ, ବୁଧବାର ଦିନ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଖାରଜ କରିଥିଲେ କୋର୍ଟ । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ଆଉ ଏବେ ତଳକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଉପରକୋର୍ଟରେ ଆବେଦନ କରିଛନ୍ତି । ଭୁବନେଶ୍ୱର ଜେଏମ୍‌ଏଫ୍‌ସି (୩) କୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି ଅର୍ଚ୍ଚନା ।

ସେପଟେ ଅର୍ଚ୍ଚନାଙ୍କ ପରେ ଜଗବନ୍ଧୁ ଝଟ୍‌କା । ଜଗବନ୍ଧୁଙ୍କ ଜାମିନ୍ ଆବେଦନକୁ ଖାଜର କଲେ ଏଡିଜେ କୋର୍ଟ । ପ୍ରଥମେ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଏଡିଜେ କୋର୍ଟକୁ ଯାଇଥିଲେ ଜଗବନ୍ଧୁ । ଏବେ ଜଗବନ୍ଧୁଙ୍କ ଜାମିନ୍‌ ଆବେଦନ ବି ଖାରଜ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.