ବିଶ୍ୱର ସର୍ବପୁରାତନ ମଦ, କବର ଦିଆଯାଇଥିବା ସ୍ଥାନରୁ ମିଳିଲା ସନ୍ଧାନ

Published By : Prameya-News7 Bureau | October 01, 2024 IST

News7

ନୂଆଦିଲ୍ଲୀ: ସ୍ପେନର ଆଣ୍ଡାଲୁସିଆ ଅଞ୍ଚଳର କାର୍ମୋନା ସହରରେ ଦେଖିବାକୁ ମିଳିଛି ବିଶ୍ୱର ସର୍ବପୁରାତନ ମଦ ଭର୍ତ୍ତି ଥିବା ବୋତଲ। ମିଳିଥିବା ମଦ ବୋତଲ ପ୍ରାୟ ୨୦୦୦ ହଜାର ବର୍ଷ ତଳର ପୁରୁଣା। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେଉଁଠାରେ ପ୍ରତ୍ନତତ୍ତ୍ୱବିତ୍ ମଦ ବୋତଲ ପାଇଥିଲେ, ସେଠାରେ ଏକ କବର ଥିଲା। ଏହାକୁ କବର ଦିଆଯାଇଥିବା ଶବ ନିକଟରେ ରଖାଯାଇଥିଲା। ତାଙ୍କ ନିକଟରେ ଏକ ସୁନା ମୁଦି ମଧ୍ୟ ମିଳିଥିଲା। ଯାହା ବୋଧହୁଏ ମୃତ ବ୍ୟକ୍ତିଙ୍କ ଅଟେ ବୋଲି କୁହାଯାଉଛି। ଏହି ରିଙ୍ଗରେ ରୋମ ଦେବତା ଜାନୁସଙ୍କ ପ୍ରତିମୂର୍ତ୍ତି ଥିଲା।

ପ୍ରକାଶଥାଉକି ୫ ବର୍ଷ ପୂର୍ବେ ଏକ ୨ ହଜାର ବର୍ଷ ପୁରୁଣା ମଦ ପାତ୍ର ଆବିଷ୍କୃତ ହୋଇଥିଲା। ଯେଉଁଥିରେ ପ୍ରାୟ ୫ ଲିଟର ମଦ ଭର୍ତ୍ତି କରାଯାଇଥିଲା। ଏହି ପାତ୍ରରେ ୩ଟି ଏମ୍ବର ଷ୍ଟୋନ, ପଞ୍ଚୌଲି ସୁଗନ୍ଧିତ ପରଫ୍ୟୁମ ବୋତଲ ଏବଂ କିଛି ରେଶମ ପୋଷାକ ମଧ୍ୟ ରହିଥିଲା। ୨୦୧୯ ମସିହାରେ ଜଣେ ବ୍ୟକ୍ତିଙ୍କ ଘରର କାନ୍ଥ ନିର୍ମାଣ ପାଇଁ ଖନନ କାର୍ଯ୍ୟ କରାଯାଉଥିବାବେଳେ ଏହି ଜିନିଷଗୁଡିକ ଆବିଷ୍କୃତ ହୋଇଥିଲା। ତା’ପରେ ସେହି ବ୍ୟକ୍ତି ଅର୍କୋଲୋଜିଷ୍ଟ ବିଭାଗକୁ ଏହା ଜଣାଇଥିଲେ।

କର୍ଡୋବା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ରୁଇଜ୍ ଆରେବୋଲା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଏହା ୨ ହଜାର ବର୍ଷ ପୁରୁଣା ମଦ ଆବିଷ୍କାରର। ସବୁଠାରୁ ବିଶେଷ କଥା ହେଉଛି ଯେ କୌଣସି ମଣିଷ ସମାଧି ନିକଟରେ ପହଞ୍ଚିନାହାଁନ୍ତି। ଏହା ୨ ହଜାର ବର୍ଷ ପର୍ଯ୍ୟନ୍ତ ନିରନ୍ତର ରହିଆସିଛି। ଗବେଷକଙ୍କ କହିବାନୁସାରେ, କବରରେ କୌଣସି ପ୍ରକାରର ଲିକ୍ ଦେଖିବାକୁ ମିଳି ନଥିଲା, ଯାହାର ସାହାଯ୍ୟରେ କୌଣସି ବିଦେଶୀ ବସ୍ତୁ ପାତ୍ରରେ ପହଞ୍ଚି ପାରିଥାନ୍ତା।

କବର ଭିତରେ ଥିବା ମୃତ ଶରୀରର କିଛି ଅଂଶ ପୁରୁଷଙ୍କର ଥିଲା ବୋଲି କର୍ଡୋବା ବିଶ୍ୱବିଦ୍ୟାଳୟ ଟିମ୍‌ କହିଛନ୍ତି। କାରଣ ରୋମ୍‌ର ଲୋକେ ମହିଳାମାନଙ୍କୁ ମଦ୍ୟପାନ କରିବାକୁ ଦେଉନଥିଲେ। ଏହା ବ୍ୟତୀତ, ସମାଧି ଭିତରୁ ମିଳିଥିବା ସୁନା ଏହାର ଏକ ପ୍ରତୀକ ଅଟେ। ସେହି ସମୟରେ କୌଣସି ମୃତ ଶରୀର ସହିତ ସୁନା ଅଳଙ୍କାର ରୋମାନ୍ ଅନ୍ତିମ ସଂସ୍କାରର ଅଂଶ ଥିଲା। ଯାହାଫଳରେ ମୃତ ବ୍ୟକ୍ତି ଏହାକୁ ଅନ୍ୟ ଦୁନିଆରେ ବ୍ୟବହାର କରିପାରିବେ। ରିପୋର୍ଟ ଅନୁଯାୟୀ, ପାତ୍ର ଭିତରେ ମିଳିଥିବା ମଦ। ଏହା ଚତୁର୍ଥ ଶତାବ୍ଦୀର। ଏହାର ସନ୍ଧାନ ବିଶ୍ୱର ସର୍ବପୁରାତନ ମଦ ଭାବରେ ପରିଣତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.