ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଇଜିପ୍ଟରୁ ମିଳିଲା ୧୮ଶହ ବର୍ଷ ପୁରୁଣା ସହର ! ଦ୍ୱିତୀୟ ଏବଂ ତୃତୀୟ ଶତାବ୍ଦୀରେ ଏହି ନଗର

29/01/2023 at 11:49 AM

ନୂଆଦିଲ୍ଲୀ ୨୯।୦୧ : ଇଜିପ୍ଟରେ ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଲା ସଫଳତା । ମିଳିଲା ୧୮୦୦ ବର୍ଷର ରୋମାନ୍ ଆବାସିକ ସହର । ଏହି ଆବିଷ୍କାର ଇଜିପ୍ଟର ଲକ୍ସୋରରେ ହୋଇଛି । ଏହି ସହର ଦ୍ୱିତୀୟ ଏବଂ ତୃତୀୟ ଶତାବ୍ଦୀର ଅଟେ ବୋଲି ଅନୁମାନ କରାଯାଉଛି ।

ତେବେ ଇଜିପ୍ଟର ପ୍ରତ୍ନତତ୍ତ୍ୱ ମୁଖ୍ୟ ମୁସ୍ତାଫା ୱାଜିରିଙ୍କ ସୂଚନା ଅନୁଯାୟୀ, ଦ୍ୱିତୀୟ ଏବଂ ତୃତୀୟ ଶତାବ୍ଦୀରେ ଲୋକମାନେ ଏଠାରେ ରହୁଥିଲେ । ଏବେବି ଏଠାରେ ଅନେକ ଆବାସିକ ଅଟ୍ଟାଳିକା ସୁରକ୍ଷିତ ରହିଛି । ଏହି ସହରରେ ଲୋକମାନେ କପୋତମାନଙ୍କ ପାଇଁ ଉଚ୍ଚ ଗୃହ ମଧ୍ୟ ନିର୍ମାଣ କରିଥିଲେ । 

ତେବେ ଏହାକୁ ‘ଲକ୍ସୋରର ପୂର୍ବ କୂଳରେ ମିଳୁଥିବା ସର୍ବ ପୁରାତନ ତଥା ଗୁରୁତ୍ୱପୂର୍ଣ୍ଣ ସହର’ ବୋଲି ବର୍ଣ୍ଣନା କରାଯାଇଛି । ଅନୁସନ୍ଧାନକାରୀମାନେ ସହରରେ ଏପରି ଅନେକ ସ୍ଥାନ ଆବିଷ୍କାର କରିଛନ୍ତି ଯେଉଁଠାରୁ ବାସନ, ଉପକରଣ ଏବଂ ପିତ୍ତଳ ରୋମାନ ମୁଦ୍ରା ମିଳିଛି। ଏହି ଆବିଷ୍କାରକୁ ଏକ ବିରଳ ଆବିଷ୍କାର ବୋଲି ଘୋଷଣା କରାଯାଇଛି ।

ଅନୁସନ୍ଧାନକାରୀ ମାନେ ଲକ୍ସୋରର ନୀଳ ନଦୀର ପଶ୍ଚିମ କୂଳରେ ଖନନ କାର୍ଯ୍ୟ ଆରମ୍ଭ କରିଥିଲେ, ପରେ ସେମାନଙ୍କୁ ଏହି ସହରର ସନ୍ଧାନ ମିଳିଛି ।  ପୂର୍ବରୁ ଲକ୍ସୋରର ପଶ୍ଚିମ ଉପକୂଳରେ ଏକ ୩୦୦୦ ବର୍ଷ ପୁରୁଣା ହଜିଯାଇଥିବା ସୁବର୍ଣ୍ଣ ସହର ଆବିଷ୍କାର କରିଥିଲେ।  ଏହି ସହର ଇଜିପ୍ଟରେ ଆବିଷ୍କୃତ ହୋଇଥିବା ସର୍ବ ବୃହତ ପ୍ରାଚୀନ ସହର ଭାବରେ ପରିଗଣିତ ହୋଇଛି ।

   Related Posts