କେନ୍ଦ୍ରାପଡାରେ ହେବ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ପ୍ଲାଣ୍ଟ : ସରିଛି ପରିବେଶ ମଞ୍ଜୁରୀ ଆବେଦନ, ଡିସେମ୍ବରରୁ ଜମି ଅଧିଗ୍ରହଣ

Published By : Prameya-News7 Bureau | November 30, 2023 IST

ଭୁବନେଶ୍ବର ୩୦।୧୧: କେନ୍ଦ୍ରାପଡାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପ୍ରକ୍ରିୟା ଜୋରଦାର କରାଯାଇଛି ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଏ ନେଇ ପରିବେଶ ମଞ୍ଜୁରୀ ପାଇଁ ଆବେଦନ ହୋଇସାରିଛି । ଡିସେମ୍ବର କିମ୍ବା ଜାନୁଆରୀ ସୁଦ୍ଧା ପରିବେଶ ମଞ୍ଜୁରୀ ମିଳିବ । ପରିବେଶ ମଞ୍ଜୁରୀ ପ୍ରକ୍ରିୟା ପାଇଁ ୬ରୁ ୮ ମାସ ଲାଗେ । ଜମି ଅଧିଗ୍ରହଣ ପାଇଁ ଡିସେମ୍ବରରୁ ଜନଶୁଣାଣି ଆରମ୍ଭ ହେବ । ଏହାପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜୋର ଧରିବ । ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏ ନେଇ ପ୍ରସ୍ତୁତ ହେଉଛନ୍ତି ।

୨୦୨୨ ଡିସେମ୍ବରରେ ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହସ୍ତଗତ ହୋଇଥିଲା । ଶିଳ୍ପ ପ୍ରତିଷ୍ଠା ପାଇଁ ୭୪୬ଟି ଆବେଦନ ମିଳିଥିଲା । ସେଥିମଧ୍ୟରୁ ୪୬୬ଟି ଶିଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଅନୁମୋଦିତ ୪୬୬ଟି ଶିଳ୍ପରୁ ୯୦ଟି ଗ୍ରାଉଣ୍ଡେଡ଼ ହେଲାଣି । ୨୦୨୩ ଡିସେମ୍ବର ସୁଦ୍ଧା ୧୯ ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ଼ ହୋଇଛି । ଆସନ୍ତା ମେକ୍ ଇନ୍ ଓଡିଶା ପୂର୍ବରୁ ୪୦ ପ୍ରତିଶତ ଶିଳ୍ପ ଗ୍ରାଉଣ୍ଡେଡ଼ ହେବ ବୋଲି ଆଶା ରହିଛି ।

wp:html /wp:html

You Can Read:

wp:embed {"url":"https://www.prameyanews7.com/miscreants-stolen-idol-of-shiva-parvati-throw-it-in-daya-river/","type":"wp-embed","providerNameSlug":"prameya-news-7"}
https://www.prameyanews7.com/miscreants-stolen-idol-of-shiva-parvati-throw-it-in-daya-river/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.