ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି

Published By : Prameya-News7 Bureau | December 10, 2022 IST

ଭୁବନେଶ୍ୱର ୧୦/୧୨: ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାରେ ଖିଅ ପାଉନି ଇଡି । ରିମାଣ୍ଡର ୬ ଦିନ ପରେ ବି ବାରମ୍ବାର ଜେରା ସତ୍ତ୍ୱେ ମୁହଁ ଖୋଲୁନାହାନ୍ତି ଅର୍ଚ୍ଚନା ।

ବିଗତ ୪ ବର୍ଷ ଭିତରେ ଅର୍ଚ୍ଚନା କେମିତି କୋଟି କୋଟି ଟଙ୍କାର ମାଲିକାନା ହାସଲ କଲେ ତାର କୌଣସି ସୁରାକ ଦେଉନାହାନ୍ତି ଅର୍ଚ୍ଚନା । ଇଡି ପକ୍ଷରୁ କେବଳ ପୁରୁଷ ତଦନ୍ତ କାରି ଟିମ ଜେରା କରୁଥିବା ବେଳେ କୌଣସି ମହିଳା ଅଧକାରୀ ନଥିବାରୁ ଅର୍ଚ୍ଚନାଙ୍କୁ ପଚରାଉଚରା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଥାଉକି ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । କଳାସାମ୍ରାଜ୍ୟର ଗୁମର ଖୋଲିବାକୁ ରିମାଣ୍ଡରେ ନେଇଛି ଇଡି । ହେଲେ ୬ ଦିନ ପରେ ବି କିଛି ରହସ୍ୟର ହୋଇପାରୁନି ଉନ୍ମୋଚନ । ତେବେ ଅର୍ଚ୍ଚନାଙ୍କ ଠାରୁ ସତ ପଦାକୁ ଆଣିବାକୁ ଦରକାର ପଡିଲେ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.