ସତ ଓଗାଳିବେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଉଠାଇ ନେଇ ପୋଲିସର ଜେରା

Published By : Prameya-News7 Bureau | October 21, 2022 IST

ଭୁବନେଶ୍ୱର ୨୧/୧୦: ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲେ । ଅଣ୍ଡରଟେକିଂ ଲେଖି ପୋଲିସ ଜଗବନ୍ଧୁଙ୍କୁ ଛାଡିଥିଲେ ।

ସୂଚନା ଥାଉକି, ଅର୍ଚ୍ଚନା ନାଗ୍‌, ଖଗେଶ୍ୱର ଓ ଜଗବନ୍ଧୁଙ୍କ ନାଁରେ ଏତଲା ଦେଇଥିଲେ ଜଣେ ପୀଡିତା । ଲେଡି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ବିଭିନ୍ନ ଆଳରେ ଲୋକଙ୍କୁ ବ୍ଲାକମେଲିଂ କରି ଭୁବନେଶ୍ୱରେ ରହି ଅୟସ କରୁଥିଲା । ନେତା ମନ୍ତ୍ରୀ ଟଙ୍କାରେ ଦାମୀ ଗାଡି, ପୁଳା ପୁଳା ଟଙ୍କାରେ ରାଜପ୍ରାସାଦ ଭଳି ବଙ୍ଗଳା କରି ରାଜଧାନୀରେ ବିଳାସ ପୂର୍ଣ୍ଣ ଜୀବନ କାଟୁଥିଲେ ଅର୍ଚ୍ଚନା । ସିନେ ପ୍ରଯୋଜକଙ୍କୁ ବ୍ଲାକମେଲ କରି କୋଟି କୋଟି ଟଙ୍କା କମାଉଥିଲେ ।

ତେବେ ଅର୍ଚ୍ଚନା ନାଗ୍ ଗିରଫ ହେବା ପରଠୁ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । ପୋଲିସ ପଞ୍ଝାକୁ ଆସିବା ପରେ ଚାଲିଛି ତନାଘନା । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ପୋଲିସ ଅଧିକାରୀ ବି ତାଙ୍କ ମାୟାଜାଲରେ ପଡିଥିଲେ । ଏବେ ଜଗବନ୍ଧୁଙ୍କୁ ଜେରା ପରେ କାହା ପାଳି ପଡିବ ତା ଉପରେ ରହିଛି ସମସ୍ତଙ୍କ ନଜର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.