LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡିସିଏର ମନମୁଖି କାର୍ଯ୍ୟ; କଳାହାଣ୍ଡି କପ୍‌ରୁ ବଞ୍ଚିତ ବିନିକା ସ୍ପୋର୍ଟସ କ୍ଲବ୍, ସମାଧାନ ପାଇଁ କ୍ରୀଡାମନ୍ତ୍ରୀଙ୍କୁ ଗୁହାରୀ

26/03/2023 at 2:08 PM

ବିନିକା୨୬/୦୩: ସୋନପୁର ଜିଲ୍ଲା କ୍ରିକେଟ୍ ସଂଘର ପକ୍ଷପାତିତା ନୀତି । ନିଜ କ୍ଲବ୍ ଖେଳାଳିଙ୍କୁ ଅଗ୍ରାଧିକାର ଦେଉଥିବାରୁ କଳାହାଣ୍ଡି କପରୁ ବାଦ୍ ପଡ଼ିଛନ୍ତି ବିନିକା ସ୍ପୋର୍ଟସ ବ୍ଲକର ପ୍ରତିଭା ସମ୍ପନ୍ନ  ଖେଳାଳି । ଏହାର ସମାଧାନ ନହେବା ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଖେଳ ପାଇଁ ଯେଉଁସବୁ ସୂଚନା ଆସିବ ତାକୁ ପ୍ରତ୍ୟାଖାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସ୍ପୋର୍ଟସ କ୍ଲବର ସଭାପତି ସୋମନାଥ ମିଶ୍ର ।

୨୦୨୩ ଓସିଏ ଭିଜନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ବିନିକା ସ୍ପୋର୍ଟସ କ୍ଲବ ଚମ୍ପିୟାନ ହେଇଥିଲା । ଏହି କ୍ଲବର ଖେଳାଳିମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରିଥିଲେ । ବ୍ୟାଟର ଆକାଶ ବନଛୋର, ପିଣ୍ଟୁ ଦୀପ,  ବାବୁଲୁ ରାଉତ, ୱିକେଟ କିପର ଆଶୁତୋଷ ଦାସ, ବୋଲର ରଂଜନ ବେହେରା, ପ୍ରତାପ ସାହୁ, ଜିତେନ୍ଦ୍ରିୟ ବେରିହା ଆଦି ଚତ୍ମକାର ପ୍ରଦର୍ଶନ କରିଥିଲେ । ହେଲେ ଏହି ଖେଳାଳିମାନଙ୍କୁ ଚଳିତ କ୍ରିକେଟ୍ ସିଜିନରେ କଳାହାଣ୍ଡି କପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି । ଡିସିଏର ମାନମାନି ପାଇଁ କଳାହାଣ୍ଡି କପରୁ ବାଦ୍ ପଡ଼ିଛନ୍ତି ବିନିକା ସ୍ପୋର୍ଟସ କ୍ଲବର ଖେଳାଳିମାନେ । ଯାହାକୁ ନେଇ ଡିସିଏର ଏଭଳି କାର୍ଯ୍ୟକୁ ସଭାପତି ନିନ୍ଦା କରିଛନ୍ତି । ଡିସିଏ ସଠିକ୍ ସୂଚନା ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଅଣ୍ଡର ୧୫, ୧୭ ଓ ୧୯ ମ୍ୟାଚରୁ ପିଲାମାନେ ବାଦ୍ ପଡ଼ୁଛନ୍ତି ।

ସେହିପରି ଡିସିଏ ମନମୁଖି କାର୍ଯ୍ୟପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ମିଳୁନଥିବା ଆଭିଯୋଗ କରିଛନ୍ତି ବିନିକା ସ୍ପୋର୍ଟସ କ୍ଲବର କର୍ତ୍ତୃପକ୍ଷ । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଟିତ ଆନ୍ତର୍ଜାତୀୟ ମ୍ୟାଚରେ ମିଳୁଥିବା ପାସକୁ ଡିସିଏ ଠିକ୍ ଭାବେ ବାଣ୍ଟୁ ନଥିବା କହିଛନ୍ତି କ୍ଲବର ପିଲା । ଡିସିଏ ମନମୁଖି ଶାସନ ଚଲାଇଥିବାରୁ ବିନିକା ବ୍ଲକର ଖେଳାଳିମାନେ ଜାତୀୟ ସ୍ତରରେ ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଏହାର ଶୀଘ୍ର ସମାଧାନକରିବାରୁ ବିନିକା ସ୍ପୋର୍ଟସ କ୍ଲବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କ୍ରୀଡମନ୍ତ୍ରୀ ଏବଂ ଓସିଏକୁ ଅନୁରୋଧ କରିଛନ୍ତି । ଶୀଘ୍ର ସମସ୍ୟା ସମାଧାନ ହେବ ବୋଲି କ୍ଲବର ଖେଳାଳିମାନେ ଆଶା ରଖିଛନ୍ତି ।

   Related Posts