ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ନିଜ ଠାରୁ ୨୨ ବର୍ଷ ସାନ ମଡେଲ୍‌ଙ୍କୁ ଡେଟ୍‌ କରୁଛନ୍ତି ଅରବାଜ୍‌, କହିଲେ- ଏଜ୍‌ଗ୍ୟାପ୍‌ ଅଛି ହେଲେ….

15/11/2022 at 1:59 PM

ମୁମ୍ଵାଇ ୧୫।୧୧: ଅରବାଜ ଖାନ-ଜର୍ଜିଆ ଆଣ୍ଡ୍ରିଆନି। ବିଟାଉନ୍‌ରେ ତାଙ୍କ ଲଭଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚା। ଦୁହିଁଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛ। ବର୍ତ୍ତମାନ ତାଙ୍କ ବୟସର ବ୍ୟବଧାନକୁ ନେଇ ହେଉଛି ଆଲେଚନା। ଏକ ସାକ୍ଷାତକାରରେ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସହ ତାଙ୍କ ବୟସ ବ୍ୟବଧାନ ବିଷୟରେ କହିଥିଲେ। କହିବାକୁ ଗଲେ ଅରବାଜ୍-ଜର୍ଜିଆ ମଧ୍ୟରେ ପ୍ରାୟ ୨୨ ବର୍ଷର ବୟସ ବ୍ୟବଧାନ ଅଛି। ଅରବାଜ ଖାନଙ୍କୁ ୫୫ ବର୍ଷ ହୋଇଥିବାବେଳେ ଜର୍ଜିଆକୁ ୩୩ ବର୍ଷ। ବୟସ ବ୍ୟବଧାନ ହେତୁ ଏହି ଦୁଇଜଣ ପ୍ରାୟତ ସମୟ ଟ୍ରୋଲର ଟାର୍ଗେଟର ସମ୍ମୁଖୀନ ହେଉଛନ୍ତି।

ବର୍ତ୍ତମାନ ଅରବାଜ ନିଜେ ଏହି ବିଷୟରେ ଆଗକୁ ଆସି ଏହାର କାରଣ କହିଛନ୍ତି “ଆମ ମଧ୍ୟରେ ବହୁତ ବୟସ ବ୍ୟବଧାନ ଅଛି, କିନ୍ତୁ ଆମ ମଧ୍ୟରୁ କେହି ଏହାକୁ ଅନୁଭବ କରି ନାହୁଁ। କିନ୍ତୁ ଯେତେବେଳେ ତୁମେ କୌଣସି ସଂପର୍କରେ ପ୍ରବେଶ କର, ଆଗକୁ କଣ ଘଟିବ ତାହା ଦେଖ ନାହିଁ କିନ୍ତୁ ତୁମେ ଯେତେ ଅଧିକ ସମୟ ରହିବ, ସେତେ ଅଧିକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ବର୍ତ୍ତମାନ ଏହି ବିଷୟରେ କହିବ ଠିକ୍‌ ହେବ ନାହିଁ ।

କହିବାକୁ ଗଲେ ଯେ ଜର୍ଜିଆ ସହିତ ଡେଟିଂ କରିବା ପୂର୍ବରୁ ଅରବାଜ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ୧୫-୧୬ ବର୍ଷ ପରେ, ସେମାନଙ୍କ ମଧ୍ୟରେ ମତଭେଦ ଖବର ଆସିବାକୁ ଲାଗିଲା ଏବଂ ଶେଷରେ ଏହି ସମ୍ପର୍କ ୨୦୧୭ରେ ଭାଙ୍ଗିଗଲା। ଉଭୟଙ୍କର ଅରହାନ୍ ନାମକ ଏକ ପୁଅ ଅଛି। ଦୁହେଁ ନିଜ ପୁଅ ପାଇଁ ଏକାଠି ହୁଅନ୍ତି। ହେଲେ ଉଭୟ ବ୍ୟକ୍ତିଗତ ଭାବରେ ଆଗକୁ ବଢିସାରିଛନ୍ତି।

   Related Posts