ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅକୁ କିଡନାପ ପାଇଁ ଧମକ ; ମୁଖ୍ୟମନ୍ତ୍ରୀଙ୍କ ଝିଅ ପାଇଁ ନିୟୋଜିତ ହେଲେ ପିଏସଓ

Published By : Prameya-News7 Bureau | January 13, 2019 IST

ଦିଲ୍ଲୀ ୧୩/୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଗୋଟିଏ ପରେ ଗୋଟିଏ ଆକ୍ରମଣ ପରେ ଏବେ ତାଙ୍କ ଝିଅକୁ ଅପହରଣ ଧମକ ଆସିଛି | ଜଣେ ଅଜଣା ବ୍ୟକ୍ତି ଇ-ମେଲ ଜରିଆରେ କେଜ୍ରିୱାଲଙ୍କ ଝିଅକୁ କିଡ୍ନାପ କରିବା ନେଇ ଧମକ ଦେଇଛି | ଇ-ମେଲଟି ମୁଖ୍ୟମନ୍ତ୍ରୀଙ୍କ ଅଫିସ ମେଲକୁ ଆସିଥିବା ସୂଚନା ମିଳିଛି |

{"id":73490}

ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଅପହରଣ ଧମକ ପରେ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡ଼କୁ ଆସିଛି | ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ଏବଂ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି | ଦିଲ୍ଲୀ ପୋଲିସ କେଜ୍ରିୱାଲଙ୍କ ଝିଅଙ୍କ ପାଇଁ ଜଣେ ପ୍ରୋଟେକ୍ଟିଭ ସର୍ଭିସ ଅଫିସର ବା ପିଏସଓ ନିୟୋଜିତ କରିଛନ୍ତି | ଏହି ମାମଲାର ଅଧିକ ଯାଞ୍ଚ ପାଇଁ ସାଇବର ସେଲକୁ ଦାୟିତ୍ବ ଦିଆଯାଇଛି | ସାଇବର ସେଲ ଜାଣିବାକୁ ଚେଷ୍ଟା କରୁଛି ଯେ, ଏହି ଧମକପୂର୍ଣ ଇ-ମେଲ କିଏ ପଠାଇଥିଲା |

{"id":73491}

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଏହା ପୂର୍ବରୁ ଅନେକ ଥର ଆକ୍ରମଣ ହୋଇଛି | ନିକଟରେ ଜଣେ ବ୍ୟକ୍ତି ଦିଲ୍ଲୀ ସଚିବାଳୟରେ ପଶି କେଜ୍ରିୱାଲଙ୍କ ଉପରକୁ ଲଙ୍କାଗୁଣ୍ଡ ଫୋପାଡିଥିଲା | ଏହା ପୂର୍ବରୁ ତାଙ୍କୁ ଜଣେ ଚାପୁଡ଼ା ମଧ୍ୟ ମାରିଥିଲା | ତା'ଛଡା ଜଣେ ଦୁର୍ବୁର୍ତ୍ତ କେଜ୍ରିୱାଲଙ୍କ ଉପରକୁ ସ୍ୟାହୀ ମଧ୍ୟ ଫୋପାଡିଥିଲା | ବାରମ୍ବାର କେଜ୍ରିୱାଲଙ୍କ ଉପରକୁ ଆକ୍ରମଣ ହେଉଥିବା ନେଇ ଆପ ଦଳ ଦିଲ୍ଲୀ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛି |

{"id":73492}

ଦିଲ୍ଲୀ ପୋଲିସ ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ ପାଇଁ ପିଏସଓ ନିୟୋଜିତ କରିଛି | ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ଦିଲ୍ଲୀ ପୋଲିସ ଉପରେ କାର୍ଯ୍ୟରେ ଅବହେଳା ନେଇ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.