ଷ୍ଟେଜ୍ରେ ଗୀତ ଗାଉଥିଲେ ଏ.ଆର ରହମାନଙ୍କ ପୁଅ ଅମିନ, ହଠାତ୍ ତଳକୁ ଖସି ପଡିଲା ଝୁମର
6/03/2023 at 8:43 AM

ମୁମ୍ଵାଇ ୦୬।୦୩: ଓସ୍କାର ପୁରସ୍କାର ପାଇଥିବା ଏ.ଆର୍ ରହମାନ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ଜଣାଶୁଣା। ପ୍ରସିଦ୍ଧ ଗାୟକଙ୍କ ପୁଅ ଏ.ଆର୍ ଅମିନଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ରହମାନର ପୁଅ ଏକ ପ୍ରୋଜେକ୍ଟର ସୁଟିଂ ସେଟରେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ବାସ୍ତବରେ, ଯେତେବେଳେ ଯୁବ ଗାୟକ ଅମିନ ମଞ୍ଚରେ ନିଜର ପରଫମାନ୍ସ ଦେଉଥିଲେ। ଠିକ୍ ସେତେବେଳେ ଝୁମରଟି ଗଳିପଡିଥିଲା। ଏନେଇ ଅମିନ ନିଜେ ତାଙ୍କ ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।
ନିକଟରେ ଅମିନ ଇନଷ୍ଟାଗ୍ରାମରେ ସେଟର ଦୁଇଟି ଫଟୋ ସେୟାର କରିଛନ୍ତି। ଏହା ସହିତ ବିଷୟରେ ଲମ୍ବା ନୋଟ୍ ଲେଖିଛନ୍ତି। ପୋଷ୍ଟଗୁଡିକ ମାଧ୍ୟମରେ ଗାୟକ ନିଜ ଜୀବନ ରକ୍ଷା କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ଦେଇଥିଲେ । ଲେଖିଛନ୍ତି, ‘ମୁଁ ଭଗବାନ, ମୋର ପିତାମାତା, ପରିବାର, ଶୁଭେଚ୍ଛୁ ତଥା ମୋର ଆଧ୍ୟାତ୍ମିକ ଗୁରୁଙ୍କୁ କୃତଜ୍ଞ ଅଟେ। ମୁଁ ଆଜି ସୁରକ୍ଷିତ ଏବଂ ଜୀବିତ ଅଛି। ତିନି ରାତି ପୂର୍ବରୁ, ମୁଁ ଏକ ଗୀତ ପାଇଁ ସୁଟିଂ କରୁଥିଲି ଏବଂ ମୁଁ ନିଶ୍ଚିତ ଥିଲି ଯେ ଟିମ୍ ଇଞ୍ଜିନିୟରିଂ ଏବଂ ସୁରକ୍ଷାର ଧ୍ୟାନ ରଖିଥିବେ।
ମୁଁ କ୍ୟାମେରା ଆଗରେ ପରଫମାନ୍ସ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲି। ଯେତେବେଳେ ମୁଁ ସ୍ପଟ୍ ମଝିରେ ଥିଲି, କ୍ରେନ୍ ଉପରେ ଝୁଲୁଥିବା ପୁରା ଟ୍ରସ୍ ତଳକୁ ପଡିଥିଲା। ଏକ ଗୀତର ସୁଟିଂ ସମୟରେ ସେ ଏକ ବଡ଼ ଦୁର୍ଘଟଣାରୁ କିପରି ରକ୍ଷା ପାଇଲେ ଅମିନ ବର୍ଣ୍ଣନା କରିଥିଲେ। ଯେଉଁଠାରେ ଏକ କ୍ରେନରେ ଝୁମର ଲଟକାଯାଇଥିଲା। ମୋର ଟିମ୍ ଏବଂ ମୁଁ ଚକିତ ହୋଇପଡିଛୁ ଏବଂ ଆଘାତରୁ ବଞ୍ଚିଯାଇଛୁ ।