ବିବାହର ୧୮ ବର୍ଷ ପରେ ପିତାମାତା ହେଲେ ଅପୁର୍ବା-ଶିଳ୍ପା, ସେୟାର କଲେ ଝିଅର ଭିଡିଓ

Published By : Prameya-News7 Bureau | December 03, 2022 IST

ମୁମ୍ଵାଇ ୦୩।୧୨: ଅଭିନେତା ଅପୁର୍ବ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ଶିଳ୍ପା ସକଲାନି ଗ୍ଲାମର ଦୁନିଆର ସବୁଠାରୁ ଲୋକପ୍ରିୟ ଦମ୍ପତି । ଉଭୟ ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା । ଦୁହିଁଙ୍କ କେମେଷ୍ଟ୍ରି ମଧ୍ୟ ଖୁବ୍‌ ଆକର୍ଷଣୀୟ। ତାଙ୍କ ପାଇଁ ଏହା ବହୁତ ଖୁସିର ସମୟ। କାହିଁକି ନା ଦୁହେଁ ୨୦୦୪ରେ ବିବାହ କରିଥିଲେ। ଉଭୟ ବିବାହର ୧୮ ବର୍ଷ ପରେ ପିତାମାତା ହୋଇଛନ୍ତି। ଏନେଇ ଅଭିନେତା ଏକ କ୍ୟୁଟ୍ ଭିଡିଓ ସେୟାର କରି ଆନାଉନ୍ସ କରିଛନ୍ତି।

wp:html
/wp:html

 ଅପୂର୍ବ ନିଜର ସୋସିଆଲ୍‌ ମିଡିଆ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦୁହେଁ ନିଜ ଝିଅ ସହ ନଜର ଆସିଛନ୍ତି।ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବଂ ପ୍ରଶଂସକମାନେ ସେମାନଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି। ଏହା ବ୍ୟତୀତ ଅପୁର୍ବ ସୁନ୍ଦର ନୋଟ୍‌ ଲେଖିଛନ୍ତି- “ମୋର ଜନ୍ମଦିନ ମୋ ଜୀବନର ସବୁଠାରୁ ବିଶେଷ ଜନ୍ମଦିନ ହୋଇଗଲା, କାରଣ ଭଗବାନ ଆମକୁ ସବୁଠୁ ବିଶେଷ, ଅବିଶ୍ୱସନୀୟ, ଚମତ୍କାର, ଉପହାର ଦେଇଛନ୍ତି । ବହୁତ କୃତଜ୍ଞତା ଏବଂ ଶିଳ୍ପା ଏବଂ ମୁଁ ଆମର ଝିଅ ଇଶାନି କାନୁ ଅଗ୍ନିହୋତ୍ରୀଙ୍କୁ ପରିଚିତ କରିବାକୁ ଚାହେଁ । ଦୟାକରି ତାକୁ ଭଲ ପାଇବା ଏବଂ ଆଶୀର୍ବାଦ ଦିଅନ୍ତୁ। "

ଅପୁର୍ବ ଅଗ୍ନିହୋତ୍ରୀ 'ପରଦେଶ', 'ପ୍ୟାର କୋଇ ଖେଲ ନେହିଁ' ଏବଂ ଅନେକ  ଟିଭି ଶୋ’ରେ କାମ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଆମେ ଶିଳ୍ପା ସକଲାନିଙ୍କ ବିଷୟରେ କଥା କହିବା ତେବେ ତାଙ୍କୁ 'କ୍ୟୁଙ୍କି ଶାସ୍ ଭି କଭି ବହୁ ଥି, କ୍ୟା ହାଦସା କ୍ୟା ହକିକତ, କୁସୁମ ସହ ନଚ ବଲିଏ, ବିଗ୍‌ବସ୍‌-୭ ଭଳି ଶୋରେ ଦେଖିବାକୁ ମିଳି ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.