ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିବା ପରେ ଆଜି ଦେଶବ୍ୟାପୀ ଆନ୍ଦୋଲନ କରିବ ଆମ୍ ଆଦ୍ମୀ ପାର୍ଟି। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ବିପୁଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ୮ ଘଣ୍ଟା ଜେରା କରିବା ପରେ ମନୀଷଙ୍କୁ ଗିରଫ କରିଥିଲା ସିବିଆଇ। ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗ କରି ସିବିଆଇ ତାଙ୍କୁ ଗିରଫ କରିଛି। ଆପ ସରକାରରେ ସତୈନ୍ଦ୍ର ଜେନଙ୍କ ପରେ ମନୀଷ ଦ୍ୱିତୀୟ ମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି।
wp:html/wp:htmlशिक्षा मंत्री मनीष सिसोदिया की गिरफ्तारी और अडानी से यारी के विरोध में आज पूरे देश में प्रदर्शन करके Black Day मनाएगी आम आदमी पार्टी।
— Gopal Rai (@AapKaGopalRai) February 27, 2023
आज दिल्ली में भाजपा के राष्ट्रीय कार्यालय पर दोपहर 12 बजे होगा विरोध प्रदर्शन। आप भी जरूर पहुँचें।
ଅନ୍ୟପଟେ ମନୀଷ ସିସୋଦିଆଙ୍କୁ ବହିସ୍କାର କରିବାକୁ ବିଜେପି ଦାବି କରିଛନ୍ତି। ବିଜେପି ନେତା କପିଲ ମିଶ୍ରା କହିଛନ୍ତି “ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଜୀ ଦୁଇ ଭ୍ରଷ୍ଟାଚାରୀ ମନ୍ତ୍ରୀ ସତୈନ୍ଦ୍ର ଜେନ ଓ ମନୀଷ ସିସୋଦିଆଙ୍କୁ ତୁରନ୍ତ କ୍ୟାବିନେଟ୍ରୁ ହଟାନ୍ତୁ। ଜେଲ୍ରୁ ସରକାର ଚଳାଇବାର ପାପ ବନ୍ଦ ହେବା ଦରକାର। କିଛି ବିଭାଗ ଆପଣ ବି ସମ୍ଭାଳନ୍ତୁ। କେତେ ଦିନ ଆଉ କାମ ନ କରି ବସି ରହିବେ। ଆଇନ ତା କାମ କରୁଛି ଆପଣ ସରକାରଙ୍କୁ ଠପ୍ କରି ବସିପଡ଼ନ୍ତୁ ନାହିଁ।”
ଏପଟେ ଆନ୍ଦୋଳନକୁ ଦେଖି ଦିଲ୍ଲୀ ଆପ୍ ଅଫିସ୍ରେ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଆନ୍ଦୋଳନ ନେଇ ସୂଚନା ଦେଇଛନ୍ତି ଆପ୍ ନେତା ଗୋପାଳ ରାୟ। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଆଦାନୀଙ୍କ ସହ ବନ୍ଧୁତା ଓ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଆଜି ଦେଶ ବ୍ୟାପୀ ଆନ୍ଦୋଳନ କରି କଳା ଦିନ ପାଳନ କରିବ ଆପ। ଆଜି ଦିନ ୧୨ଟା ବେଳେ ବିରୋଧ ପ୍ରଦର୍ଶନ ହେବ। ଆପଣାମାନେ ବି ପହଞ୍ଚିବାକୁ ଅନୁରୋଧ।”
ଅନ୍ୟପଟେ ସିସୋଦିଆଙ୍କ ଉପରେ ଆଉ ଏକ ସଂଗୀନ ଅଭିଯୋଗ ଲଗାଇଛି ବିଜେପି। ସିସୋଦିଆ ରାଜନୈତିକ ମାଇଲେଜ୍ ପାଇଁ ପିଲାମାନଙ୍କ ଫଟୋ ବ୍ୟବହାର କରୁଛି ବୋଲି ବିଜେପି ନେତା ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ କହିଛନ୍ତି। ତେଣୁ ସିସୋଦିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମନୋଜ ମାନବାଧିକାରୀ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।