ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବର୍ଷା ଯୋଗୁଁ ଧୋଇଗଲା ଆପ୍ରୋଚ୍ ରୋଡ୍, ଯାତାୟତ ସମ୍ପୂର୍ଣ୍ଣ ଠପ୍

10/08/2022 at 11:01 AM

କାମାକ୍ଷାନଗର ୧୦।୮: ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ୍ ରୋଡ୍ । ଯାତାୟତ ସମ୍ପୂର୍ଣ୍ଣ ଠପ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ତୁମୁସିଙ୍ଗାଠାରେ ଆପ୍ରୋଚ୍ ରୋଡ୍‌ଟି ସମ୍ପୂର୍ଣ୍ଣ ଭାବେ ଧୋଇ ଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଙ୍ଗ ଜୋର ଉପରେ ବ୍ରିଜ୍ କାମ ଚାଲିଥିବାରୁ ଆପ୍ରୋଚ୍ ରୋଡ୍ ଦେଇ ଗ୍ରାମବାସୀମାନେ ଯିବାଆସିବା କରନ୍ତି । ମଙ୍ଗଳବାର ରାତିରେ ଲଗାଣ ବର୍ଷା ଯୋଗୁଁ ଆପ୍ରୋଚ୍ ରୋଡ୍‌ଟି ସମ୍ପୂର୍ଣ୍ଣ ଧୋଇଯାଇଛି ।

ଏହି ରାସ୍ତା ଦେଇ ପ୍ରାୟ ୧୫ରୁ ଅଧିକ ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଏପରିକି ଯାତାୟତ ବର୍ତ୍ତମାନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ପାଇଁ ଦାବି ହେଉଛି ।

   Related Posts