ଯୁବକଙ୍କୁ ଅପହରଣ ପରେ ହତ୍ୟା, ମାଡ ମାରି ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଚାଲିଗଲେ ମୃତଦେହ

Published By : Prameya-News7 Bureau | November 09, 2022 IST

ସମ୍ୱଲପୁର ୦୯/୧୧: ବୁର୍ଲା ସହରରେ ଯୁବକଙ୍କୁ ଅପହରଣ । ଅପହରଣ ପରେ ମାଡ ମାରି ବୁର୍ଲା ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଦେଇଥିବା ଅଭିଯୋଗ । ତେବେ ପ୍ରବଳ ମାଡ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କରି ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଅପହରଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ନିକଟର ରାମ ମେହେର ।

ସୂଚନା ଅନୁସାରେ ତାଙ୍କୁ ଅପହରଣ କରି ଦୁଇ ଜଣକ ଯୁବକ ବାଇକରେ ବସାଇ ନେବା ସହ ମାଡ ମାରି ପେଟ୍ରୋଲ ପମ୍ପ ନିକଟରେ ଫିଙ୍ଗି ଦେଇଥିଲେ । ଆଜି ସକାଳୁ ପୋଲିସ ଯୁବକଙ୍କୁ ଉଦ୍ଧାର କରିଥିଲେ । ତେବେ ପୂର୍ବ ଶତ୍ରୁତାକୁ ନେଇ ଅପହରଣ ପରେ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.