ଢେଙ୍କାନାଳରେ ଜଣେ ଏପିଆର ପୋଲିସ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ, ମୃତ୍ୟୁର କାରଣ ଅସ୍ପଷ୍ଟ
24/10/2018 at 11:13 PM

ଢେଙ୍କାନାଳ ୨୪/୧୦: ଢେଙ୍କାନାଳ ପୋଲିସର ଜଣେ ଏପିଆର କନଷ୍ଟେବଳଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ଜଣକ ହେଲେ ବସନ୍ତ ନାୟକ। ବସନ୍ତ ନାୟକ ଢେଙ୍କାନାଳ ପୋଲିସର ଏପିଆର କନଷ୍ଟେବଳ ଓ ରିଜର୍ଭରେ କାମ କରୁଥିଲେ ବୋଲି ଜଣାପଡିଛି । ଢେଙ୍କାନାଳ ସହର ବାଏପାସର ଶକ୍ତି ସୁଗାର କାରଖାନା ନିକଟରେ ଆଜି ରାତି ପ୍ରାୟ ୯ଟାରେ ସେ ପଡିଥିବା ପୋଲିସକୁ ଖବର ମିଳିଥିଲା। ପୋଲିସ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ବସନ୍ତ ନାୟକଙ୍କ ଘର ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୂଷଳ ଗ୍ରମରେ। ଗତ ୨୦୦୮ ମସିହାରେ ସେ ଓଡିଶା ପୋଲିସରେ କନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ଏହି ଘଟଣାକୁ ନେଇ ପୋଲିସର ତଦନ୍ତ ଜିରି ।
Related Posts
ସ୍କୁଲ ଛାତରୁ ଗଳିଲା ପାଣି, ଭାସିଲା ଶ୍ରେଣୀଗୃହ
2 July 2022