ଭାରତରେ ୨ଟି କରୋନା ଔଷଧର ପରୀକ୍ଷଣକୁ ମଞ୍ଜୁରୀ : ଏହା କେତେ ସଫଳ, ଖୁବଶୀଘ୍ର ଆସିବ ରିପୋର୍ଟ

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୦୯।୦୫: କରୋନା ଭାଇରସ ସାରା ବିଶ୍ୱରେ ମହାମାରୀ ରୂପ ନେଇଛି । କରୋନା କୁ ପ୍ରତିରୋଧ କରିବା ଲାଗି ଅନେକ ଔଷଧ ପ୍ରୟୋଗ କରାଯାଉଛି । ସାରାବିଶ୍ୱର ଗବେଷତ, ଡାକ୍ତର, ବୈଜ୍ଞାନିକ ବିଭିନ୍ନ ଔଷଧକୁ ନେଇ ପରୀକ୍ଷଣ କରୁଛନ୍ତି । ତେବେ ଏହିଭଳି ସମୟରେ ଭାରତର CSIR (Council of Scientific and Research)ଦୁଇଟି ଔଷଧର ପରୀକ୍ଷା ପାଇଁ ଅନୁମୋଦନ ମିଳିଛି | ଏହା ବ୍ୟତୀତ ଆୟୁର୍ବେଦର 4 ଟି ଔଷଧର ମଧ୍ୟ ଟ୍ରାଏଲ୍‌ ପାଇଁ ପଠାଯାଉଛି |

{"id":267038,"width":574,"height":307,"sizeSlug":"large"}

ଭାରତରେ କରୋନାର ଦୁଇଟି ଔଷଧର ପରୀକ୍ଷା ପାଇଁ ଭାରତର CSIR (Council of Scientific and Research)କୁ ଡ୍ରଗ କଣ୍ଟ୍ରଲର ଜେନେରାଲ ମଞ୍ଜୁରୀ ପ୍ରଦାନ କରିଛନ୍ତି | ସେଥିମଧ୍ୟରୁ ପ୍ରଥମ ଔଷଧ ହେଉଛି ଫାଭିପିରାଭିର ଏବଂ ଦ୍ୱିତୀୟ ଔଷଧକୁ ଫାଇଟୋ-ଫାର୍ମାସ୍ୟୁଟିକାଲ୍ । ସ୍ୱାଇନ୍ ଫ୍ଲୁ ଚିକିତ୍ସା ପାଇଁ ଜାପାନ ଏବଂ ଚୀନ୍ ଭଳି ଦେଶରେ ଫାଭିପିରାଭିର ବ୍ୟବହୃତ କରିଥାନ୍ତି । ଏହି ଔଷଧ ଗୁଡିକ କରୋନା ବିରୋଧରେ ପ୍ରଭାବଶାଳୀ ହୋଇପାରେ । ଏହା ବ୍ୟତୀତ ଉଦ୍ଭିଦରୁ ଫାଇଟୋ-ଫାର୍ମାସ୍ୟୁଟିକାଲ୍ ନାମକ ଅନ୍ୟ ଏକ ଔଷଧ ବାହାର କରାଯାଇଛି। ଏହି ଉଭୟ ଔଷଧ କରୋନା ବିରୋଧ ଲଢେଇରେ ଏହା ଏକ ନୂତନ ଆଶାର କିରଣ ପାଲଟିଛି | ଆସନ୍ତା ଦେଢ଼ ମାସରେ ଫାଭିପିରାଭିର ପରୀକ୍ଷା ଶେଷ ହୋଇପାରେ ବୋଲି ଅନୁମାନ କରାଯାଉଛି ।

{"id":267040,"width":580,"height":457,"sizeSlug":"large"}

ଏହା ବ୍ୟତୀତ CSIR ଏବଂ ଆୟୁଷ ମନ୍ତ୍ରଣାଳୟ କିଛି ଆୟୁର୍ବେଦିକ ଔଷଧ ଉପରେ ଏକତ୍ର କାର୍ଯ୍ୟ କରୁଛନ୍ତି । ଯାହା କରୋନା ବିରୋଧୀ ଲଢେଇରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଇବାରେ ସହଯୋଗ ହୋଇଥାଏ । ଏହି ଚାରୋଟି ଔଷଧ ହେଉଛି- ଅଶ୍ୱଗନ୍ଧା, ଯଶ୍ଟିମାଧୁ ଯଥା ମୁଲ୍ଲାଥୀ, ଗୁଦୁଚି ପିପାଲି ଯଥା ଗିଲୋଇ ଏବଂ ଆୟୁଷ -୬୪ । ଏହି ଚାରି ଔଷଧ ପରୀକ୍ଷା ସ୍ୱାସ୍ଥ୍ୟ କର୍ମୀ ଏବଂ ଯେଉଁମାନେ ଅଧିକ ବିପଦସଙ୍କୁଳ ଅବସ୍ଥାରେ ଅଛନ୍ତି ସେମାନଙ୍କ ଉପରେ କରାଯିବ। ଏହି ସମଗ୍ର ଅଧ୍ୟୟନରେ ICMR ର ବୈଷୟିକ ସହାୟତା ମଧ୍ୟ ରହିବ | ଦେଶର ବିଭିନ୍ନ ଅନୁଷ୍ଠାନ ଏହି ଚାରୋଟି ଔଷଧର ବ୍ୟବହାର ଏବଂ ସେମାନଙ୍କର ଫଳାଫଳ ଉପରେ ନଜର ରଖିବେ। ଏହାର ପରୀକ୍ଷା ସମାପ୍ତ ହେବାକୁ ଦୁଇରୁ ଚାରି ମାସ ସମୟ ଲାଗିପାରେ ।

{"id":267041,"width":580,"height":387,"sizeSlug":"large"}

CSIRର ମହାନିର୍ଦ୍ଦେଶକ ଶୁକ୍ରବାର ଦିନ କହିଛନ୍ତି ଯେ, ଆୟୁଷ, CSIR ଏବଂ ICMR ଏହି ତିନୋଟି ଏଜେନ୍ସି ସହିତ ମିଶି ଏହି କ୍ଲିନିକାଲ୍ ପରୀକ୍ଷା କରିବାକୁ ଯାଉଛନ୍ତି। ଦେଶର ପରମ୍ପରା ପାଇଁ ଆୟୁର୍ବେଦ ଅତ୍ୟନ୍ତ ଗର୍ବର ବିଷୟ | ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନ ଆଧାରରେ, କରୋନା ବିରୁଦ୍ଧରେ ଶୀଘ୍ର ଏକ ସମାଧାନ ମିଳିବା ଉଚିତ୍ |

{"id":267042,"width":583,"height":494,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.