Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୫୦୦ କୋଟିରୁ ଅଧିକ ସବୁ ଯୋଜନା ପାଇଁ ‘ପିଏମ ଗତିଶକ୍ତି’ ଅଧିନରେ ମଞ୍ଜୁରୀ ଜରୁରୀ

22/05/2022 at 5:58 PM

ନୂଆଦିଲ୍ଲୀ: ଲଜିଷ୍ଟିକ୍ ଏବଂ ଯୋଗାଯୋଗ (କନେକ୍ଟିଭିଟି) ସହ ଜଡିତ ମୌଳିକ ଭିତ୍ତିଭୂମି ସହ ଜଡିତ ୫୦୦ କୋଟି ଟଙ୍କାରୁ ଅଧିକ ସବୁ ଯୋଜନା ପାଇଁ ଏବେ ପିଏମ ଗତିଶକ୍ତି ଯୋଜନା ଅଧିନରେ ଗଠିକ ନେଟୱାର୍କ ଯୋଜନାର ସଂଗଠନ(ଏନପିଜି)ରୁ ମଞ୍ଜୁରୀ ନେବାକୁ ପଡିବ। ଜଣେ ଅଧିକାରୀଙ୍କ ବାୟନକୁ ଆଧାର କରି ଇଣ୍ଡିଆ ଟିଭି ଏନେଇ ରିପୋର୍ଟ ପ୍ରକାଶ କରିଛି। ଅର୍ଥ ମନ୍ତ୍ରଣାଳାୟ ଏନେଇ ଜରୁରୀ ନିର୍ଦ୍ଦେଶ ଜାରି କରିଛି । ଏପ୍ରିଲ ୨୮ରେ ବ୍ୟୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସାର୍ବଜାନୀନ ନିବେଶ ବୋର୍ଡ(ପିଆଇବି) ଏବଂ ଡିଲିଗେଟେଡ୍ ଇନଭେଷ୍ଟମେଣ୍ଟ ବୋର୍ଡ (ଡିଆଇବି) ପାଇଁ ପରିଯୋଜନା ପ୍ରସ୍ତାବ ସହ ଜଡିତ ଏକ ସଂଶୋଧିତ ଫର୍ମାଟ୍ ଜାରି କରାଯାଇଛି।

ନୂଆ ପ୍ରକଳ୍ପ ଲଜିଷ୍ଟିକ୍ ଏବଂ ମୌଳିକ ଭିତ୍ତିଭୂମି ସହ ଜଡିତ କି ନାହିଁ ଏବଂ ଏଲପିଜି ଏହାର ତଦନ୍ତ କରିସାରିଛି ନାହିଁ ନେଇ ସଂଶୋଧିତ ଫର୍ମାଟରେ ତଥ୍ୟ ମଗାଯିବ। ଉଦ୍ୟୋଗ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଏକ ରାଷ୍ଟ୍ରୀୟ ମାଷ୍ଟାର ପ୍ଲାନ ଡିଜିଟାଲ ମଞ୍ଚ ପ୍ରସ୍ତୁତ କରିଛି। ଗତ ବର୍ଷ ପିଏମ ଗତିଶକ୍ତି ଯୋଜନା ଘୋଷଣା କରାଯାଇଥିଲା।

ବିଭାଗୀୟ କଠୋରୀକୁ ଭାଙ୍ଗିବା ଏବଂ ସାମଗ୍ରିକ ଏବଂ ସମନ୍ୱିତ ଯୋଜନା କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ଗତିଶକ୍ତି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ବହୁ ମଡେଲ ଏବଂ ଅପହଞ୍ଚ ଅଞ୍ଚଳ ଯାଏଁ ଯୋଗାଯୋଗ ପ୍ରସଙ୍ଗର ସମାଧାନ ବାହାର କରିବା। ଅଧିକାରୀ କହିଛନ୍ତି ଏହା ଦ୍ୱାରା ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇବ ଏବଂ ମୌଳିକ ଭିତ୍ତିଭୂମି ପରିଯୋଜନାରେ ଅଧିକ ପ୍ରଭାବୀ ଏବଂ କୁଶଳୀ ଯୋଜନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ।

   Related Posts