ଆପ୍ରୋଚ୍ ରୋଡ ପାଇଁ ନଷ୍ଟ ହେଲା ଫସଲ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Published By : Prameya-News7 Bureau | October 15, 2020 IST

ସାନଖେମୁଣ୍ଡି, ୧୫ ।୧୦:  ଗଞ୍ଜାମ ଜିଲ୍ଲାରେ ତିନିଦିନ ଧରି ଲାଗିରହିଥିବା ବର୍ଷାର ପ୍ରକୋପ କମିଛି ସତ କିନ୍ତୁ ଲୋକଙ୍କ  ଦୁର୍ଦ୍ଦଶା ବଢିଯାଇଛି । ଅନେକ ସ୍ଥାନରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସିକା କାଇଁଫୁଲିଆ ଅଞ୍ଚଳରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି ।

{"id":345004,"sizeSlug":"large"}

ସୂଚନାନୁସାରେ, ଆସିକା  କାଇଁଫୁଲିଆ କେନାଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ନୂତନ ସେତୁ ନିର୍ମାଣ ଚାଲିଛି । ସେହିପରି ଲୋକଙ୍କ ଯାତାୟାତ ପାଇଁ ଏକ ଅପ୍ରୋଚ୍ ରୋଡ଼ ନିର୍ମାଣ କରାଯାଇଥିଲା । କିନ୍ତୁ ଆପ୍ରୋଚ୍ ରୋଡ଼ଟି ଅତି ଛୋଟ ହୋଇଥିବା ହେତୁ ଜଳ ନିଷ୍କାସନ ହୋଇନପାରି ଚାଷ ଜମିରେ ଜଳ ମାଡିଯାଇଛି । ଫଳରେ ଚାଷୀମାନେ ନାହିଁନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଯାହାର ପ୍ରତିବାଦରେ ଆଖପାଖ ଅଞ୍ଚଳର ଚାଷୀମାନେ ଆପ୍ରୋଚ ରୋଡକୁ ଅବରୋଧ କରିଛନ୍ତି । ଫଳରେ କିଛି ସମୟ ପାଇଁ ଆସିକା- କବିସୂର୍ଯ୍ୟନଗର, ଆସିକା- ନୟାଗଡ, ଆସିକା- ଭୁବନେଶ୍ୱର ଗାଡି ଚଳାଚଳ ବନ୍ଦ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.