ଭୁଶୁଡିଲା ଅସ୍ଥାୟୀ ପୋଲ, ଯାତାୟତ ବାଧାପ୍ରାପ୍ତ
26/08/2020 at 11:28 AM

ବଣାଇ ୨୬।୮: ସୁନ୍ଦରଗଡ ଜିଲ୍ଲା ଜାତୀୟ ରାଜପଥ ୫୨୦ର ତୋଡାଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲଟି ଭୁଶୁଡି ପଡିଛି । ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ରାସ୍ତା ଉପରେ ଶତାଧିକ ଗାଡି ଠିଆହୋଇ ରହିଛି ।

ଗତ କିଛି ଦିନ ହେଲା ଆରକେଡି କନଷ୍ଟ୍ରକସନ କମ୍ପାନୀ ଜାତୀୟ ରାଜପଥ ନିର୍ମାଣ କାମ କରୁଛି । ବର୍ଷା ପୂର୍ବରୁ ଏ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ଓ କମ୍ପାନୀକୁ ଏହି ବିଷୟରେ ଜଣାଇଥିଲେ ମଧ୍ୟ କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ ଏହି ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।