LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସପ୍ତାହେ ଯାଏଁ ଏହି ଜିନିଷକୁ ତ୍ବଚାରେ ଲଗାନ୍ତୁ : ଆଉ ଯିବାକୁ ପଡ଼ିବ ନାହିଁ ପାର୍ଲର,ଜାଣନ୍ତୁ

28/05/2019 at 7:12 PM

ସୁନ୍ଦର ତ୍ବଚା କାହାକୁ ଭଲ ନଲାଗିଥାଏ,କିନ୍ତୁ ଆଜିକାଲିର ପ୍ରଦୂଷିତ ବାତାବରଣ ଏବଂ ଖରାପ ଜୀବନଶୈଳୀ ପାଇଁ ତ୍ବଚା ଅବସ୍ଥା ଖରାପ ହୋଇଯାଉଛି। ଏହାର ପ୍ରଭାବରୁ ତ୍ବଚାର ରଙ୍ଗ କଳା ପଡ଼ିଯାଉଛି। ଏଥିରୁ ବର୍ତ୍ତିବା ପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଫେୟାରନେସ୍ କ୍ରୀମର ଉପଯୋଗ କରିଥାଆନ୍ତି। ଏହା ଦ୍ବାରା ତ୍ବଚାର ରଙ୍ଗ ଗୋରା ହୋଇଥାଏ କିନ୍ତୁ ଏଥିରେ କେମିକାଲ ଅଧିକ ଥିବା ହେତୁ ପାର୍ଶ୍ବ ପ୍ରତିକ୍ରିୟା ହେବାର ଆଶଙ୍କା ଥାଏ। ଘରୋଇ ଉପଚାରରେ ଆମେ ସୁଫଳ ପାଇବା ସହିତ ପାର୍ଶ୍ବପ୍ରତିକ୍ରିୟାରୁ ମୁକ୍ତି ପାଇ ପାରିବା। ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ

ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କେବଳ ୩ଟି ଜିନିଷ ହଳଦୀ,ବେସନ ଏବଂ ଏଲୋବେରା ଜେଲର ଆବଶ୍ୟକତା ରହିଛି। ଗୋଟିଏ ଗିନାରେ ଏକ ଚାମଚ ହଳଦୀ,ଏକ ଚାମଚ ବେସନ ଏବଂ ଏକ ଚାମଚ ଏଲୋବେରା ଜେଲ ଭଲଭାବେ ମିଶାଇ ମିଶ୍ରଣ କରନ୍ତୁ।

ଏବେ ପ୍ରସ୍ତୁତ ହୋଇସାରିଥିବା ଏହି ମିଶ୍ରଣକୁ ନିଜ ତ୍ବଚାରେ ଭଲ ଭାବେ ଲଗାନ୍ତୁ,ଏହାପରେ ଏହାକୁ ଶୁଖିବାକୁ ଦିଅନ୍ତୁ। ଏହା ଶୁଖିଗଲେ ଏହାକୁ ପରିଷ୍କାର ପାଣିରେ ସଫା କରିଦିଅନ୍ତୁ। ଏହି ଉପଚାରକୁ ସପ୍ତାହକୁ ଦୁଇଥର କରନ୍ତୁ। ଆପଣଙ୍କ ତ୍ବଚାରେ ଚମକ ଆସିଲେ ସପ୍ତାହକୁ ଥରେ ଏହି ଉପଚାର କରନ୍ତୁ। ଏପରି ନିୟମିତ କରିବା ଦ୍ବାରା ତ୍ବଚା ସୁନ୍ଦର,ଗୋରା ଏବଂ ଚମକଦାର ହୋଇଥାଏ ଯାହା ଫଳରେ ପାର୍ଲର ଯିବାର ଆବଶ୍ୟକତା ପଡ଼ିନଥାଏ।

   Related Posts