ପାଣିରେ ବୁଡିବାରୁ ରକ୍ଷା କରିବ ଆପଲ ୱାଚର ନୂଆ ଫିଚର : ଜୀବନ ପ୍ରତି ବିପଦ ଥିଲେ ପୂର୍ବରୁ ସୂଚାଇ ଦେବ

Published By : Prameya-News7 Bureau | April 20, 2020 IST

ନୂଆଦିଲ୍ଲୀ ୨୦/୦୪ : ସମୟ ସହିତ ଏପଲ ୱାଚ ଆହୁରି ଭଲ ଫିଚର ଲଞ୍ଚ କରିଛି | ଏହି ୱାଚ ହୃଦରୋଗ ସମ୍ବନ୍ଧରେ ପତା କରି ଅନେକ ଲୋକଙ୍କ ଜୀବନ ରକ୍ଷା କରିଛି | ବହୁତ ଜଲ୍ଦି ଏପଲ ୱାଚ ଆହୁରି ଆଡ଼ଭାନ୍ସ ହୋଇଯିବ ଯେ କୌଣସି ବଟନ ନ ଚାପି ନିଜେ ନିଜେ ଜରୁରୀକାଳୀନ ସେବାରେ ୟୁଜରଙ୍କୁ ସୂଚାଇ ଦେବ | ଏପଲ ଏକ ପେଟେଣ୍ଟ୍ ପ୍ରକାଶ କରିଛି ଯେଉଁଥିରେ ଏପରି ସେନ୍ସର ସମ୍ପର୍କରେ କୁହାଯାଇଛି ଯାହା ବ୍ୟବହାରକାରୀଙ୍କ ଉପରେ କେତେ ଜଳ ଚାପ ପଡୁଛି ତାହା ସୁଚାଇଦେବ | ଅର୍ଥାତ ଜୀବନ ପ୍ରତି ବିପଦ ଥିଲେ ଏହି ଫିଚର ପୂର୍ବରୁ ହିଁ ୟୁଜରଙ୍କୁ ସୂଚାଇ ଦେବ |

{"id":257047,"sizeSlug":"large"}

ନୂଆ ଟେକ୍ନୋଲୋଜିର ସାହାଯ୍ୟରେ ବିୟରବାଲ ଡିଭାଇସ ବୁଝିଯିବ ଯେ ଉପଭୋକ୍ତା ପହଁରୁଛନ୍ତି | ଅଥବା କୌଣସି ପ୍ରକାର ବିପଦରେ ଅଛନ୍ତି ଏବଂ ସେ ବୁଡ଼ି ଯାଇପାରନ୍ତି | ଏହା ପରେ, ଆପଲ୍ ୱାଚ୍ ସ୍ୱୟଂଚାଳିତ ଭାବରେ ଜରୁରୀକାଳୀନ ସେବାକୁ ଏକ ଆଲାର୍ମ ଆଲର୍ଟ ପଠାଇବ ଯାହାଦ୍ୱାରା ଆପଣ ଠିକ୍ ସମୟରେ ସାହାଯ୍ୟ ପାଇପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.