scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାର୍ଜିଂ ଆଇଫୋନ୍‌ ପାଖରେ ଶୁଅନ୍ତୁ ନାହିଁ, ସତର୍କ ସୂଚନା ଜାରି କଲା ଆପଲ

17/08/2023 at 3:41 PM

ନୂଆଦିଲ୍ଲୀ: ଚାର୍ଜିଂ ଆଇଫୋନ୍ ନେଇ ୱାର୍ଣ୍ଣିଂ ଜାରି କଲା ଆପଲ। ଶୋଇବା ବେଳେ ଚାର୍ଜିଂ ଫୋନ୍ ପାଖରୁ ଦୂରେଇ ରୁହନ୍ତୁ ନହେଲେ ସମସ୍ୟାରେ ପଡ଼ି ପାରନ୍ତି। ଆଇଫୋନ୍ ଚାର୍ଜିଂ ସମ୍ପର୍କିତ ସବିଶେଷ ସୂଚନା ଦେଇଛି କମ୍ପାନୀ। ଚାର୍ଜ ହେଉଥିବା ମୋବାଇଲ୍‌ରେ ଅଗ୍ନିକାଣ୍ଡ, ବିଦ୍ୟୁତ ଆଘାତ ଲାଗିବା ସମସ୍ୟା, ଫୋନ ଡ୍ୟାମେଜ୍ ହେବା ନେଇ ସତର୍କ ସୂଚନା ଜାରି କରିଛି କମ୍ପାନୀ।

କମ୍ପାନୀର ଚେତାବନୀ ଅନୁସାରେ, କମ୍ଭଳ ତଳେ କିମ୍ବା ତକିଆ ତଳେ ମୋବାଇଲ୍ ଚାର୍ଜ କରନ୍ତୁ ନାହିଁ। ଭଲଭାବରେ ବାୟୁ ଯିବାଆସିବା କରୁଥିବା ଖୋଲା ସ୍ଥାନରେ ମୋବାଇଲ୍ ଚାର୍ଜ କରନ୍ତୁ। କାରଣ ଚାର୍ଜ ହେଉଥିବା ବେଳେ ମୋବାଇଲ୍‌କୁ ଚାଦର କିମ୍ବା ତକିଆ ଦ୍ୱାରା ଘୋଡ଼ାଇ ଚାର୍ଜ କଲେ ମୋବାଇଲ୍ ଅଧିକ ଗରମ ହେବାର ଆଶଙ୍କା ରହିଛି।

ଏ ସମ୍ପର୍କିତ ସ୍ପଷ୍ଟ ମେସେଜ୍ ଦେଇ ଆପଲ କହିଛି “ ମୋବାଇଲ, ପାୱର ଆଡାପ୍ଟର ଓ ଓୟାରଲେସ୍ ଚାର୍ଜର ପାଖରେ ଶୁଅନ୍ତି ନାହିଁ। ତା ଛଡ଼ା କମ୍ବଳ କିମ୍ବା ତକିଆ ତଳେ ମୋବାଇଲ୍ ଚାର୍ଜ ବସାନ୍ତୁ ନାହିଁ।” ଆଇଫୋନ୍, ପାୱାର୍ ଆଡାପ୍ଟର, ଏବଂ ୱୟାରଲେସ୍ ଚାର୍ଜର୍ ସବୁବେଳେ ଖୋଲା ସ୍ଥାନରେ ଚାର୍ଜ କରାଯିବା ଉଚିତ ବୋଲି ଆପଲ ପରାମର୍ଶ ଦେଇଛି।

ପଢ଼ନ୍ତୁ-୨୦୨୪ରେ ଦେବାଳିଆ ହୋଇପାରେ OpenAI, ପ୍ରତିଦିନ ChatGPT ଉପରେ ଖର୍ଚ୍ଚ ୫.୮୦ କୋଟି ଟଙ୍କା

ସେହିପରି ଥାର୍ଡ ପାର୍ଟିଂ ବା ଅନ୍ୟ କୌଣସି କମ୍ପାନୀର ଶସ୍ତା ଚାର୍ଜର ବ୍ୟବହାର ନକରିବାକୁ ଆପଲ ପରାମର୍ଶ ଦେଇଛି। ଏଥିରେ ସୁରକ୍ଷା ନେଇ ତ୍ରୁଟି ଦେଖା ଦେଇପାରେ ବୋଲି କମ୍ପାନୀ କହିଛି। ଅନ୍ୟ କୌଣସି ଚାର୍ଜର କିମ୍ବା କେବୁଲ ବ୍ୟବହାର ନ କରି କେବଳ ଆପଲ ଦ୍ୱାରା ନିର୍ମିତ କେବୁଲ ଓ ଆଡାପ୍ଟର ବ୍ୟବହାର କରିବାକୁ କମ୍ପାନୀ କହିଛି।

ଏଥିସହିତ ଫୋନ୍ ଚାର୍ଜ କଲା ବେଳେ ମୋବାଇଲ୍‌କୁ ପାଣି କିମ୍ବା କୌଣସି ତୈଳ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ। ଏଥିରେ ବିଦ୍ୟୁତ ଆଘାତ ସମ୍ପର୍କିତ ସମସ୍ୟା ହେବ ବୋଲି କମ୍ପାନୀ କହିଛି ।

   Related Posts