ଦୁନିଆର ସବୁଠାରୁ ସୁରକ୍ଷିତ ବ୍ରାଉଜର, କିନ୍ତୁ ବ୍ୟବହାର କରନ୍ତିନି ଅଧିକାଂଶ ଭାରତୀୟ
11/05/2023 at 9:09 AM

ନୂଆଦିଲ୍ଲୀ ୧୧।୦୫: ବିଶ୍ବରେ ରହିଛି ଅନେକ ବ୍ରାଉଜର । କିନ୍ତୁ ଏପରି ଏକ ବ୍ରାଉଜର ଅଛି ଯାହା ବହୁତ୍ ସୁରକ୍ଷିତ । କିନ୍ତୁ ଏହାକୁ ବ୍ୟବହାର କରନ୍ତିନି ଅଧିକାଂଶ ଭାରତୀୟ । ଜାଣନ୍ତି କି ଏହି ବ୍ରାଉଜର ବିଷୟରେ…

‘ଆପଲ୍ ସଫାରି’ ବ୍ରାଉଜର୍ । ଏହା ହେଉଛି ବିଶ୍ବର ଦିଗ୍ଗଜ ୱେବ୍ ବ୍ରାଉଜର୍ । ଆପଲ୍ ସଫାରି ବହୁତ ସୁରକ୍ଷିତ ଏବଂ ଏଥିରେ ଡାଟା ଲିକ୍ ହେବାର କୌଣସି ଆଶଙ୍କା ନଥାଏ । ତଥାପି ଏହାକୁ ବହୁତ କମ୍ ଲୋକ ବ୍ୟବହାର କରନ୍ତି | ଏମିତିକି ଭାରତରେ ଖୁବ୍ କମ୍ ଲୋକ ଏହି ବ୍ରାଉଜର୍ ବ୍ୟବହାର କରନ୍ତି । ଷ୍ଟେଟକାଉଣ୍ଟରର ଏକ ରିପୋର୍ଟ ଅନୁଯାୟୀ, ସଫାରିର ଆକ୍ଟିଭ୍ ୟୁଜର୍ ବେସ୍ ୧୧.୮୭ ପ୍ରତିଶତ । ଏଥିମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ମାତ୍ର ୧ ପ୍ରତିଶତ ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଆପଲ୍ ସଫାରି ହେଉଛି ଦୁନିଆର ସବୁଠାରୁ ସୁରକ୍ଷିତ ବ୍ରାଉଜର । ତଥାପି, ୟୁଜର୍ ବେସ୍ ଏବଂ ଲୋକପ୍ରିୟତା ଦୃଷ୍ଟିରୁ ଏହି ବ୍ରାଉଜର୍ ଦ୍ୱିତୀୟ ସ୍ଥାନରେ ରହିଛି । ରିପୋର୍ଟ ଅନୁଯାୟୀ, ଗୁଗୁଲ କ୍ରୋମ ହେଉଛି ୬୬.୧୩ ପ୍ରତିଶତ ୟୁଜର୍ ବେସ୍ ସହିତ ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ବ୍ରାଉଜର । ଯଦି ଆମେ ମାଇକ୍ରୋସଫ୍ଟ ଏଜ୍ ବିଷୟରେ କଥା ହେବା, ତେବେ ଏହା ୧୧ ପ୍ରତିଶତ ୟୁଜର୍ ବେସ୍ ସହିତ ତୃତୀୟ ସ୍ଥାନରେ ରହିଛି ।

ସଫାରି ବ୍ରାଉଜର୍ର ଗୋଟିଏ ଖରାପ ଗୁଣ ରହିଛି । ଏହି ବ୍ରାଉଜରକୁ ଆଣ୍ଡ୍ରଏଡ୍ ୟୁଜର୍ସ ବ୍ୟବହାର କରିପାରିବେ ନାହିଁ । ଏହା କେବଳ ଆପଲ୍ ପ୍ରଡକ୍ଟରେ ଉପଲବ୍ଧ । ଆମେରିକୀୟ କମ୍ପାନୀ ଆପଲ୍ ୨୦୦୩ରେ ଲଞ୍ଚ କରିଥିଲା ସଫାରି ବ୍ରାଉଜର୍ । ଏହି ବ୍ରାଉଜର୍ ଆଇଫୋନରୁ ଆଇପ୍ୟାଡରେ ଅଟୋମେଟିକ ଇନଷ୍ଟଲ୍ ହୋଇଥାଏ । ଏଥିରେ ଅନେକ ଫିଚର୍ସ ରହିଛି ।