କାର ନ ଅଟକାଇବାରୁ କନେଷ୍ଟବଳ ଚଳାଇଲେ ଗୁଳି: ଏପଲ କଂପାନୀର ମ୍ୟାନେଜରଙ୍କ ମୃତ୍ୟୁ

Published By : Prameya-News7 Bureau | September 29, 2018 IST

ଲକ୍ଷ୍ନୌ ୨୯/୯ : ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଗୋମତିନଗରରେ ଏପଲ କମ୍ପାନୀର ଏରିଆ ମ୍ୟାନେଜରଙ୍କୁ କନେଷ୍ଟବଳ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି | ଶୁକ୍ରବାର ବିଳମ୍ବିତ ରାତିରେ ଗୋମତିନଗର ଅଂଚଳରେ ଏହି ଗୁଳିକାଣ୍ଡ ଘଟିଥିଲା | ମୃତକ ମ୍ୟାନେଜର ହେଲେ ବିବେକ ତିୱାରୀ | ଗୁଳିକାଣ୍ଡ ବେଳେ ବିବେକଙ୍କ ସହ ତାଙ୍କର ଜଣେ ମହିଳା ସହକର୍ମୀ ସନା ଖାନ ମଧ୍ୟ ଥିଲେ | ତାଙ୍କ କହିବାନୁଯାୟୀ କାରଟି ଗୋମତିନଗର ପଟେ ଯାଉଥିବା ସମୟରେ ୨ ଜଣ କନେଷ୍ଟବଳ ସାମ୍ନାରୁ ଆସି ତାଙ୍କୁ ପଚରାଉଚୁରା କରିବା ପାଇଁ ଅଟକାଇଥିଲେ | ତେବେ ବିବେକ କାରକୁ ନ ଅଟକାଇ ପଳାଇବା ପାଇଁ ଚେଷ୍ଟା କରିଥିଲେ | ସେହି ସମୟରେ କାରଟି ଏକ ବାଇକକୁ ଧକ୍କା ଦେଇଥିଲା | ସେତେବେଳେ ଡ୍ୟୁଟିରେ ଥିବା ୨ଜଣ କନେଷ୍ଟେବଲ ଗୁଳିଚଳାଇଥିଲେ । ଏଥିରେ ବିବେକଙ୍କ ମୃତ୍ୟୁ ହୋଇଛଥିଲା। ବିବେକଙ୍କ ସହକର୍ମୀ ସନା ଖାନଙ୍କ ଅଭିଯୋଗ ଭିତ୍ତିରେ ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି | ତେବେ ପୋଲିସ କହିବାନୁଯାୟୀ ବିବେକଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା |ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ବିବେକଙ୍କ ମୃତ୍ୟୁ ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ହୋଇଥିଲା | ପୋଲିସ ଦୁଇ ଅଭିଯୁକ୍ତ କନେଷ୍ଟବଳ ସନ୍ଦୀପ ଓ ପ୍ରଶାନ୍ତ ଚୌଧୁରୀଙ୍କୁ ଅଟକ ରଖି ପଚରାଉଚୁରା କରିବା ସହ କାର୍ଯ୍ୟରୁ ନୁଲମ୍ବିତ କରିଛି | ୨ କଲେଷ୍ଟେବଲଙ୍କ ବିରୋଧରେ ଆଇପିସିର ୩୦୨ ଧାରାରେ ମାମଲା ମଧ୍ୟ ରୁଜ୍ଜୁ କରାଯାଇଛି। ତେବେ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ କହିଛନ୍ତି ଯେ, ସେ ଆତ୍ମରକ୍ଷା ଉଦ୍ଦେଶ୍ୟରେ ବାଧ୍ୟ ହୋଇ କାର ଚାଳକଙ୍କ ଉପରକୁ ଗୁଳି ଚଲାଇଥିଲେ | ତାଙ୍କ କାରଟି କନେଷ୍ଟବଳଙ୍କ ବାଇକକୁ ଧକ୍କା ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.