Apple Inc.ହେଲା୨ଟ୍ରିଲିୟନ ଡଲାର ମାର୍କେଟ କ୍ୟାପ୍ ଛୁଇଁବାରେ ପ୍ରଥ ଆମେରିକୀୟ କମ୍ପାନୀ

Published By : Prameya-News7 Bureau | August 20, 2020 IST

କୁପର୍ଟିନୋ : ଆପଲ ଇଙ୍କ୍ ଆମେରିକାର ପ୍ରଥମ ପବ୍ଲିକ ଲିଷ୍ଟେଡ୍ କମ୍ପାନୀରେ ପରିଣତ ହୋଇଛି। ବୁଧବାର କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେସନ ୨ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ଏହା ସହ ଆପଲ ପବ୍ଲିକ ଲିମିଟେଡ କମ୍ପାନୀର ମାନ୍ୟତା ଲାଭ କରିଛି। ତେବେ ଏଥିଲାଗି ଆପଲକୁ ମାତ୍ର ୨ ବର୍ଷ ସମୟ ଲାଗିଛି। ଏହି ଅବଧିରେ କମ୍ପାନୀ କୋଭିଡ ସତ୍ତ୍ୱେ ମାର୍କେଟ କ୍ୟାପିଟାଲକୁ ୨ ଗୁଣ କରିବାକୁ ସକ୍ଷମ ହୋଇଛି। 

ବୁଧବାର ସେୟାର ମାର୍କେଟ୍ ଖୋଲିବାର କିଛି ସମୟ ମଧ୍ୟରେ ଆପଲ ସେୟାର ୪୬୭.୭୭ ଡଲାରରେ ପହଞ୍ଚିଥିଲା। ଫଳରେ କମ୍ପାନୀର ମାର୍କେଟ୍ କ୍ୟାପ୍‌ ୨ଗୁଣା ହୋଇଯାଇଥିଲା।  ୨ ଅଗଷ୍ଟ ୨୦୧୮ ମସିହାରେ ଆପଲର ମାର୍କେଟ୍ କ୍ୟାପିଟାଲ ୧ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ତେବେ ଚଳିତବର୍ଷ ଆପଲର ସେୟାରମୂଲ୍ୟ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଦେଶରେ ଏବେ କୋଭିଡ-୧୯ ମହାମାରୀ ଜାରି ରହିଛି। ହେଲେ କମ୍ପାନୀର ସେୟାର ପ୍ରଭାବିତ ହୋଇନାହିଁ।

ଗତ ଜୁଲାଇସେ ଶେଷ ହୋଇଥିବା ତ୍ରୈମାସିକ ଫଳାଫଳ ବେଶ୍ ଉତ୍ସାହଜନକ ଥିଲା। ଏଥିରେ କମ୍ପାନୀ ଯେଉଁ ଐତିହାସିକ ଫଳାଫଳ ସାମିଲ କରିଥିଲେ ସେଥିରେ ୫୯.୭ବିଲିୟନ ଡଲାର ରାଜସ୍ୱ ସାଙ୍ଗକୁ ପ୍ରଡକ୍ଟ ଓ ସର୍ଭିସରେ ଡବଲ ଡିଜିଟ୍ ଗ୍ରୋଥ୍ ଦର୍ଶାଇଥିଲେ। ତେବେ ଆମେରିକାରେ କୋଭିଡ-୧୯ ଯୋଗୁ ଅଧିକାଂଶ ଆପଲ ରିଟେଲ ଷ୍ଟୋର ଏହି ତ୍ରୈମାସିକରେ ବନ୍ଦ ଥିଲେ। ହେଲେ ୱାର୍କ ଫର୍ମ ହୋମ ଓ ଅନଲାଇନ୍‌ ବିକ୍ରି ବୃଦ୍ଧି ଆପଲକୁ ଏହି ସଫଳତା ପ୍ରଦାନ କରିବାରେ ସହାୟକ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.