ନୂଆଦିଲ୍ଲୀ: ଆପଲକୁ ବଡ଼ ଝଟକା। ୟୁରୋପୀୟ ୟୁନିୟନ (EU) ସଂଘ ସୋମବାର ଆପଲ ଉପରେ ଲଗାଇଛି ପ୍ରାୟ ୧୬ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ଫାଇନ୍। ଏହି ଫାଇନ୍ ଆପଲ ଉପରେ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ତୁଳନାରେ ନିଜର ମ୍ୟୁଜିକ୍ ଷ୍ଟ୍ରିମିଂ ସେବାକୁ ଭୁଲ୍ ଭାବରେ ପ୍ରୋତ୍ସାହନ କରିବା ଅଭିଯୋଗରେ ଲଗାଯାଇଛି । ଯାହାକୁ ନେଇ ୨୦୧୯ରେ ଅଭିଯୋଗ ଆଣିଥିଲା ସ୍ପଟିଫାଏ । ଆଉ ଏହାର ତଦନ୍ତକ୍ରମେ ଏହି ଜରିମାନା ଲଗାଯାଇଛି।
ଅଭିଯୋଗ ଅନୁଯାୟୀ, ସ୍ପଟିଫାଇ ଏବଂ ଅନ୍ୟ ମ୍ୟୁଜିକ୍ ଷ୍ଟ୍ରିମିଂ ଆପଙ୍କୁ ଆପଲ ଆପ୍ ଷ୍ଟୋର ବାହାରେ ପେମେଣ୍ଟ ସୁବିଧା ଦେଉନଥିଲା ଆପଲ। ଏହା ଦ୍ବାରା ୟୁଜର୍ସ କେଉଁ ମ୍ୟୁଜିକ୍ ଆପ୍ର ସବସ୍କ୍ରିପସନ ଶସ୍ତାରେ ମିଳୁଛି ତାହା ଜାଣିପାରୁନଥିଲେ ଏବଂ ବାଧ୍ୟ ହୋଇ ଆପଲ ମ୍ୟୁଜିକ୍କୁ ହିଁ ବ୍ୟବହାର କରୁଥିଲେ।
ଆହୁରି ପଢ଼ନ୍ତୁ: ନିଜ ରାଷ୍ଟ୍ରଦୂତଙ୍କୁ ହଟାଇଲା ଥାଇଲ୍ୟାଣ୍ଡ୍, WTOରେ ଭାରତର ମଜାକ ଉଡ଼ାଇବା ପଡ଼ିଲା ମହଙ୍ଗା
ତେବେ ୟୁରୋପୀୟ ସଂଘର ପ୍ରତିସ୍ପର୍ଦ୍ଧା ଆୟୁକ୍ତ ମାର୍ଗେଟ ଭେଷ୍ଟେଗର ବ୍ରସେଲ୍ସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଭଳି କରିବା ଅବୈଧ। ଏହା ଲକ୍ଷ ଲକ୍ଷ ୟୁରୋପୀୟ ଉପଭୋକ୍ତାଙ୍କୁ ପ୍ରଭାବିତ କରିଛି। ସେପଟେ ଆପଲ ଏହି ନିଷ୍ପତ୍ତିର ବିରୋଧ କରିଛି ଏବଂ ଏହା ବିରୋଧରେ ଅପିଲ କରିବା କଥା କହିଛି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇୟୁର ଆଣ୍ଟିଟ୍ରଷ୍ଟ ନିୟମ ଅନୁଯାୟୀ ଏଭଳି କରିବା ଭୁଲ୍। ଏହି ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ଏକ ଦଶକୁ ଆପଲ ଏଭଳି କରିଆସୁଛି। ଏହାର ଅର୍ଥ ଅନେକ ଗ୍ରାହକ ମ୍ୟୁଜିକ୍ ଷ୍ଟ୍ରିମିଂ ସବସ୍କ୍ରିପସନ ପାଇଁ ଅଧିକ ମୂଲ୍ୟ ପେମେଣ୍ଟ କରିଥିଲେ।