ଆପଲ କମ୍ପାନୀକୁ ୧୨ ନିୟୁତ ଡଲାର ଜରିମାନା: ଜଳ ପ୍ରତିରୋଧକ ଆଇଫୋନ୍ ଲେଖା ପାଇଁ ଦଣ୍ଡିତ କଲେ ଇଟାଲୀ ସରକାର

Published By : Prameya-News7 Bureau | November 30, 2020 IST

ରୋମ୍ ୩୦।୧୧: ଇଟାଲୀର ଆଣ୍ଟି ଟ୍ରଷ୍ଟ ପ୍ରାଧିକରଣ ବିଶ୍ଵର ନାମୀ ମୋବାଇଲ ନିର୍ମାଣକାରୀ ସଂସ୍ଥା ଆପଲ ଉପରେ ଭ୍ରମାତ୍ମକ ବିଜ୍ଞାପନ ଦେବା ଅଭିଯୋଗରେ ଜୋରିମାନା ଲଗାଇଛି।  ଜଳ ପ୍ରତିରୋଧକ ବା ଓ୍ଵାରଟ ରେଜିଷ୍ଟାନ୍ସ ଗୁଣ ବିଷୟରେ ଭ୍ରମାତ୍ମକ ଦାବି କରିବା ନେଇ ୧୦ ମିଲିୟନ ୟୁରୋ ବା ୧୨ ମିଲିୟନ ଡଲାର ଜରିମାନା ଲଗାଇଥିଲା।

ରେଗୁଲେଟର ନିଜର ବିବୃତ୍ତିରେ କହିଛି ଯେ, ଆପଲ କମ୍ପାନୀ ବିଜ୍ଞାପନରେ କହୁଛି ଯେ, ତାର ବିଭିନ୍ନ ମୋଡେଲ୍ ପାଣିରେ ଭିଜିଲେ କି ବୁଡିଲେ କିଛି ହେବ ନାହିଁ। ବିନା ସ୍ପଷ୍ଟୋକ୍ତିରେ କମ୍ପାନୀ ଏହି ପରି ନିଜ ଆଇଫୋନର ବିଜ୍ଞାପନ କରୁଛି। ଅନ୍ୟପଟେ କମ୍ପାନୀ କହୁଛି ଯେ, ତାର ଫୋନ ତରଳ ପଦାର୍ଥରେ କ୍ଷତି  ହେଲେ କୌଣସି ଗ୍ୟାରେଣ୍ଟି ଦେବ ନାହିଁ। ସେ ପାଣିରେ ହେଉ କି ଅନ୍ୟ କୌଣସି ତରଳ ଜିନିଷରେ ହେଉ।

ରେଗୁଲେଟର କହିଛି, କମ୍ପାନୀ ଗୋଟିଏ ପଟେ ନିଜର ବିଜ୍ଞାପନରେ କହୁଛି ଯେ ତାର ଆଇଫୋନ ଜଳ ପ୍ରତିରୋଧକ। ପାଣିରେ ଭିଜିଲେ ବି କିଛି କ୍ଷତି ହେବ ନାହିଁ। ଅନ୍ୟପଟେ କହୁଛି ତରଳ ପଦାର୍ଥରେ ଫୋନର କିଛି  କ୍ଷତି ହେଲେ କମ୍ପାନୀ ଗ୍ୟାରେଣ୍ଟି ଦେଉ ନାହିଁ। ଏହା ତ ଲୋକଙ୍କୁ ଭ୍ରମିତ କରିବା ପରି କାର୍ଯ୍ୟ। ଏହି ବାବଦରେ ଆପଲ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.